21.1 C
Bhubaneswar
Sunday, February 8, 2026
Homeଓଡିଶାଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ,୧୯୫୬ ରେ ସଂଶୋଧନ

ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ,୧୯୫୬ ରେ ସଂଶୋଧନ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ଓ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ଏବଂ ଅଧିକ ଆର୍ଥିକ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ କ୍ୟାବିନେଟ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ରେ ଓ କାରଖାନା ଆଇନ, ୧୯୪୮ରେ ନିମ୍ନଲିଖିତ ସଂଶୋଧନ ପ୍ରସ୍ତାବ ଗୁଡିକ ମଞ୍ଜୁର କରିଛନ୍ତି ।

୧. ଓଡିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ର ବ୍ୟବସ୍ଥାଗୁଡ଼ିକ ୨୦ କିମ୍ୱା ତଦୁର୍ଦ୍ଧ୍ୱ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ, ପରନ୍ତୁ ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ନିର୍ବିଶେଷରେ ଓଡିଆ ସାଇନ ବୋର୍ଡ ପ୍ରଦର୍ଶନ କରିବାକୁ ପଡିବ ।

୨. ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି ।

୩. ଏକ ପ୍ରତିଷ୍ଠାନରେ କର୍ମଚାରୀଙ୍କ କାର୍ଯ୍ୟପାଳି ଅତି କମରେ ଅଧଘଣ୍ଟାର ବ୍ୟବଧାନ ବିନା ନିରନ୍ତର ୬ ଘଣ୍ଟାରୁ ଅଧିକ ହେବନାହିଁ ।

୪. ତ୍ରୈମାସିକ ଓଭର ଟାଇମ କାର୍ଯ୍ୟସୀମା ୧୪୪ ଘଣ୍ଟାକୁ ବୃଦ୍ଧି।

୫. କୌଣସି ପ୍ରତିଷ୍ଠାନରେ ଜଣେ କର୍ମଚାରୀ କୌଣସି ଦିନରେ ୧୦ ଘଣ୍ଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିଲେ, ସେ ଏପରି ଓଭରଟାଇମ କାର୍ଯ୍ୟ ବାବଦକୁ ସାଧାରଣ ମଜୁରି ହାରର ଦ୍ୱିଗୁଣିତ ମଜୁରି ପାଇବାକୁ ହକଦାର ହେବେ ।

୬. ପ୍ରତିଷ୍ଠାନ ଗୁଡିକ ଦିନରାତି ୨୪ ଘଣ୍ଟା ଏବଂ ବର୍ଷକୁ ୩୬୫ ଦିନ ଖୋଲା ରହି ପାରିବ ।

୭. ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ପ୍ରତିବନ୍ଧକ ହଟିବ । ମହିଳା କର୍ମଚାରୀ ମାନଙ୍କୁ ସେମାନଙ୍କ ଲିଖିତ ସମ୍ମତିରେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁଯାୟୀ ରାତ୍ରିରେ ନିୟୋଜିତ କରାଯାଇପାରିବ ।

ଏହି ସଂସ୍କାର ଗୁଡିକ ରାଜ୍ୟରେ ନୂତନ ଶିଳ୍ପ ଏବଂ ନିବେଶକୁ ଆକର୍ଷିତ କରିବ, କାରଖାନା ଗୁଡିକୁ ସର୍ବୋଚ୍ଚ ଚାହିଦା ପୂରଣ କରିବାରେ ସକ୍ଷମ କରିବ ଏବଂ ଉତ୍ପାଦକତା ବୃଦ୍ଧି କରିବ । ଏହା ଅଧିକ ଓଭର ଟାଇମ କାମ କରିବାକୁ ଅନୁମତି ଦେଇ ଶ୍ରମିକଙ୍କ ରୋଜଗାର ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ । ଭାରତ ସରକାରଙ୍କ ନିୟନ୍ତ୍ରଣ ମୁକ୍ତି ବା    ଡି-ରେଗୁଲେସନ ପଦକ୍ଷେପର ପ୍ରାଥମିକତା କ୍ଷେତ୍ରରେ ପ୍ରସ୍ତାବିତ ଏହି ଅନୁମୋଦିତ ସଂଶୋଧନ ପ୍ରସ୍ତାବ ଗୁଡିକ ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ଦ୍ରୁତ ବ୍ୟବସାୟୀକରଣ ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରିବ, ଯାହା କି ଆମକୁ ବିକଶିତ ଓଡିଶା ଓ ବିକଶିତ ଭାରତ ଗଢିବାରେ ସାହାଯ୍ୟ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking