27.1 C
Bhubaneswar
Wednesday, October 23, 2024
Homeଓଡିଶାସୁଭଦ୍ରା ଯୋଜନାରେ ସଂଶୋଧନ ନିଷ୍ପତି

ସୁଭଦ୍ରା ଯୋଜନାରେ ସଂଶୋଧନ ନିଷ୍ପତି

ଭୁବନେଶ୍ୱର : ୨୨ ଅଗଷ୍ଟ ୨୦୨୪ ରେ , ଓଡିଶା ରାଜ୍ୟ କ୍ୟାବିନେଟ ସୁଭଦ୍ରା ନାମରେ ଏକ ପ୍ରମୁଖ ମହିଳା କଲ୍ୟାଣକାରୀ ଯୋଜନାକୁ ଅନୁମୋଦନ କରିଛନ୍ତି । ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ନିମିତ୍ତ ଏହି ଯୋଜନାରେ ୫ ବର୍ଷ ପାଇଁ ବଜେଟରେ ଟ.୫୫,୮୨୫ କୋଟି ଟଙ୍କାର ବ୍ୟୟର ବରାଦ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲରେ ୧ କୋଟିରୁ ଅଧିକ ଆବେଦନକାରୀ ନାମ ପଞ୍ଜିକରଣ କରିସାରିଛନ୍ତି । ମୋଟ ୨ ଟି ପର୍ଯ୍ୟାୟରେ ୬୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଅନୁମୋଦନ କରାଯାଇଅଛି । ଏନଏଫଏସଏ / ଏସଏଫଏସଏସ ଡାଟାବେସ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ପଞ୍ଜିକୃତ ଆବେଦନ ପ୍ରକ୍ରିୟା କାରଣ କରିବା ସମୟରେ ନିମ୍ନ ଲିଖିତ ଉପଲବ୍ଧ ନ ଥିବା ତଥ୍ୟ ସହିତ କାର୍ଯ୍ୟ ସମାପ୍ତ କରିବାକୁ ନିଷ୍ପର୍ତ୍ତି ନିଆଯାଇଥିଲା ।

ଯଥା ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭାର ସଦସ୍ୟ , ବିଧାୟକ , ଆୟକର ଦାତା , ରାଜ୍ୟ ସରକାର / ଭାରତ ସରକାର କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କିମ୍ବା ବୋର୍ଡ କିମ୍ବା ସ୍ଥାନୀୟ ସଂସ୍ଥା କିମ୍ବା ସରକାରୀ ସଂଗଠନରେ ନିୟମିତ କିମ୍ବା ଚୁକ୍ତିଭିତ୍ତିକ କର୍ମଚାରି କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବା ବ୍ୟକ୍ତି ଏବଂ ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ କୌଣସି ସରକାରୀ ବିଭାଗ କିମ୍ବା ଉପକ୍ରମ କିମ୍ବା ବୋର୍ଡ କିମ୍ବା ସଙ୍ଗଠନରେ ନିର୍ବାଚିତ / ମନୋନୀତ / ନିଯୁକ୍ତି ପ୍ରତିନିଧି । ଏହି ବ୍ୟକ୍ତିମାନେ ସାଧାରଣତଃ ଏନଏଫଏସଏ / ଏସଏଫଏସଏସ ଅଧୀନରେ ସୁବିଧା ପାଇବେ ନାହିଁ ବୋଲି ଏହି ନିଷ୍ପର୍ତ୍ତି ନିଆଯାଇଥିଲା । ସମସ୍ତ ଆବେଦନକାରୀ ଏକ ସ୍ଵାକ୍ଷରତା ଘୋଷଣାନାମା ମଧ୍ୟ ଦେଇଛନ୍ତି ଯେ ସେମାନେ କୌଣସି ବହିଷ୍କାର ମାନ ଦାଣ୍ଡରେ ଅନ୍ତର୍ଭୁକ୍ତ ନୁଁହନ୍ତି । ଏହାବ୍ୟତୀତ ଏହି ଯୋଜନାରେ କେହି ଠକେଇ କରି ସହାୟତା ରାଶି ନେଇଥିବାର ଜଣାପଡ଼ିଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସପୂର୍ଣ ଆଦାୟ ଆରମ୍ଭ କରିବାର ବ୍ୟବସ୍ତା ରହିଛି ।

ଲୋକଙ୍କ ପ୍ରତି ହେଉଥିବା କୌଣସି ପ୍ରକାର ଶୋଷଣକୁ ହ୍ରାସ କରିବା ସରକାରଙ୍କ ଲକ୍ଷ ଏବଂ ସେଥିପାଇଁ ବିଭିନ୍ନ ଡାଟାବେସ ସହ ସଂଯୋଗ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିଲା । ନୂତନ ପ୍ରମାଣପତ୍ର ମାଗିବା ଅସୁବିଧା ସୃଷ୍ଟି କରିଥାନ୍ତା ଏବଂ ପ୍ରତେକ ଆବେଦନକାରୀଙ୍କୁ ନୂତନ ଦସ୍ତାବିଜ ପ୍ରଦାନ କରିବାକୁ ବାଧ୍ୟ କରିଥାନ୍ତା । ତଥ୍ୟକୁ ଅଧିକ ଶୁଦ୍ଧ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଦ୍ୱାରା ଲୋକଙ୍କର ସହାୟତା ପାଇବାରେ ଅନାବଶ୍ୟକ ବିଳମ୍ବ ଘଟିଥାନ୍ତା । ଲୋକଙ୍କ ବ୍ୟସ୍ତତା ସେମାନଙ୍କୁ ଆର୍ଥିକ ଶୋଷଣର ଶିକାର ମଧ୍ୟ କରିଥାନ୍ତା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ଯୋଜନାରେ ହିତାଧିକାରୀ ମାନେ ହେଉଛନ୍ତି ମହିଳା ଯେଉଁମାନେ ସମାଜ ର ସବୁଠାରୁ ଅସୁରକ୍ଷିତ ତଥା ବଂଚିତ ବର୍ଗ ଅଟନ୍ତି , ତେଣୁ ମଧ୍ୟସ୍ଥି ତଥା ଅନ୍ୟାନ୍ୟ ଅସାଧୁ ବ୍ୟକ୍ତି ବିଶେଷଜ୍ଞ ଦ୍ୱାରା ମହିଳାମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ତେଣୁ ମହିଳା ଆବେଦନକାରୀଙ୍କ ଅସୁବିଧାକୁ ହ୍ରାସ କରିବା ପାଇଁ ଓ ଏହି ପୋଟାଲ ରେ ଆବେଦନ ଫର୍ମ ର ଦାଖଲ କୁ ତ୍ୱରାନ୍ୱିତ କରିବା ପାଇଁ ୦୮ . ୦୯ . ୨୦୨୪ ରୁ ୧୩ . ୦୯ . ୨୦୨୪ ଅବଧି ପର୍ଯ୍ୟନ୍ତ ସୁଭଦ୍ରା ପୋଟାଲ କୁ ଆଧାର ଇ- କେ ୱାଇସି ମୋଡ୍ୟୁଲରୁ ବିଛିନ୍ନ କରିବାକୁ ନିଷ୍ପର୍ତ୍ତି ନିଆଯାଇଥିଲା ।

ଏହା ବଦଳରେ ଏନଏଫଏସଏ ଏବଂ ପିଏମ କିଷାନ ଭଳି ଅନ୍ୟ ଡାଟାବେଶ ଜରିଆରେ ଇ- କେ ୱାଇସି ଯାଞ୍ଚ କରାଯାଇଥିଲା । ଏହା ସହିତ , ସ୍ୱଚ୍ଛତା ଓ ଡିଜିଟାଲ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ଓଡିଶା ସରକାରଙ୍କ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ସିବିଡିସି ପ୍ରଚଳନ ପାଇଁ ନିଷ୍ପର୍ତ୍ତି ନିଆଯାଇଥିଲା । ସେହିଭଳି ଲୋକଙ୍କ ଦ୍ୱାରା ଡେବିଟ କାର୍ଡର କମ ବ୍ୟବହାର ଏବଂ ୟୁପିଆଇ କିମ୍ବା ଆଧାର ଆଧାରିତ ଦେୟର ଅଧିକ ବ୍ୟବହାରକୁ ଦୁଷ୍ଟିରେ ରଖି ସୁଭଦ୍ରା ଅଧୀନରେ ଡେବିଟ କାର୍ଡ ଜାରି ନ କରିବାକୁ ନିଷ୍ପର୍ତ୍ତି ନିଆଯାଇଥିଲା । ଏହାବ୍ୟତୀତ, ନିଷ୍ପର୍ତ୍ତି ଗ୍ରହଣ ପ୍ରକ୍ରିୟା କୁ ଅଧିକ ସ୍ୱଚ୍ଛ କରିବା ପାଇଁ ବିଏଲଏସସି ଏବଂ ୟୁ ଏଲଏସସି ରେ ଦୁଇ ଜଣ ସିଭିଲ ସୋସାଇଟି ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି , ଯେଉଁମାନେ ବ୍ଲକ / ୟୁଏଲବି ସ୍ତରୀୟ ଯାଞ୍ଚ କମିଟିର ସମ୍ପୃକ୍ତ ଅଧକ୍ଷ ମାନଙ୍କ ଦ୍ୱାରା ମନୋନୀତ ହେବେ । ଏହି ପରିପେକ୍ଷରେ ସୁଭଦ୍ରା ନିର୍ଦେଶାବଳୀ ର ପରା ୯ . ୧ ଙ ଏବଂ ୯ . ୧ ଛରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking