ଭୁବନେଶ୍ୱର: ଆମବସକୁ ନେଇ ବିଧାନସଭାରେ ଆସିଲା ସାଂଘାତିକ ତଥ୍ୟ। ଗତ ୨ ବର୍ଷରେ ୩୨ଟି ଦୁର୍ଘଟଣା ଘଟାଇଛି ଆମବସ୍। ଏହି ୩୨ଟି ଦୁର୍ଘଟଣାରେ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତ କିଛି ଦିନ ମଧ୍ୟରେ ବାରମ୍ବାର ଆମବସ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ବେପରୁଆ ଗାଡିଚାଳନା ପାଇଁ ଅନେକ ସ୍ଥାନରେ ଏଭଳି ଦୁର୍ଘଟଣା ହେଉଛି। ଯାହାକୁ ନେଇ ସାଧାରଣ ଲୋକ ଆମ ବସ୍କୁ ଭଙ୍ଗାରୁଜା କରୁଥିବାର ନଜିର ରହିଛି।










