ବାଲେଶ୍ବର: ଅଧା ବାଟରେ ଅଟକିଲା ୧୦୮ ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ। ଠେଲି ଠେଲି ହାଲିଆ ହେଲେ ଲୋକେ । ତଥାପି ଷ୍ଟାର୍ଟ ହେଲାନି ଆମ୍ବୁଲାନ୍ସ । ବାଲେଶ୍ବର ସୋର ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁର ନାରାୟଣ ଚଣ୍ଡ ବିଲରୁ ଆସୁଥିବା ବେଳେ ପାଣିରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାକୁ ଅଣାଯାଉଥିଲା । ରୋଗୀ ନେଇ ଆସୁଥିବା ବେଳେ ଅଧା ବାଟରେ ଅଟକିଥିଲା । ଘଣ୍ଟାଏ ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପଂହଁଚିବା ପରେ ସ୍ଥାନାନ୍ତର କରି ରୋଗୀ ସୋର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।










