26.1 C
Bhubaneswar
Saturday, December 13, 2025
Homeଓଡିଶାଆମ୍ବୁଲାନ୍ସ-ପିକଅପ୍ ମୁହାଁମୁହିଁ

ଆମ୍ବୁଲାନ୍ସ-ପିକଅପ୍ ମୁହାଁମୁହିଁ

ସୋର: ସୋର ଥାନା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟସ୍ଥ ଓଡ଼ିଶା ଢ଼ାବା ସମ୍ମୁଖରେ ବସ୍ତାରୁ ଭୁବନେଶ୍ୱର ଅଭିମୁଖେ ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଶନିବାର ଅପରାହ୍ଣରେ ବସ୍ତା ଅଞ୍ଚଳର ନଳବାଗ ଗ୍ରାମର ଶଶିକାନ୍ତ ଜେନା ୧୦୮ ଆମ୍ବୁଲାନ୍ସରେ ତାଙ୍କ ସ୍ତ୍ରୀ ରଶ୍ମିତା ବିଶ୍ୱାଳ (୩୪) ଓ ଲିଜାମଣି ଜେନା (୩୧)ଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ବ୍ରିଜ୍ ଗୋପାଳ୍ ପକ୍ଷରୁ କରାଯାଇଥିବା ହମସ୍‌ରେ ଆଗରେ ଯାଉଥିବା ଏକ ପିକଅପ୍ ହଠାତ୍ ବ୍ରେକ୍ ମାରିବାରୁ ଆମ୍ବୁଲାନ୍ସଟି ପିକଅପ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ରଶ୍ମିତା ଓ ଲିଜାମଣି ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking