28.1 C
Bhubaneswar
Monday, October 28, 2024
Homeଓଡିଶାନଭେମ୍ବର ୧ ରୁ ଆମ୍ବୁଲାନ୍ସ ବନ୍ଦ ଚେତାବନୀ

ନଭେମ୍ବର ୧ ରୁ ଆମ୍ବୁଲାନ୍ସ ବନ୍ଦ ଚେତାବନୀ

ମାଲକାନଗିରି: ନଭେମ୍ବର ୧ ରୁ ଆମ୍ବୁଲାନ୍ସ ବନ୍ଦ ଚେତାବନୀ । ଚେତାବନୀ ଦେଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ସମାନ କାମକୁ ସମାନ ଦରମା ପାଇଁ ଦାବି। ୧୦୮ ଆମ୍ବୁଲାନ୍ସ ଜିପିଏସ ବଟନ ବନ୍ଦ ପାଇଁ ଚେତାବନୀ । ନଭେମ୍ବର ୧ରେ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା । ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ । ଆନ୍ଦୋଳନରେ ବସିବେ ୬ ହଜାରରୁ ଉର୍ଦ୍ଧ୍ବ ଆମ୍ବୁଲାନ୍ସ କର୍ମଚାରୀ । ନୂତନ ଠିକା ସଂସ୍ଥା, ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ଅଭିଯୋଗ ହୋଇଛି। ଏହାରି ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି ।ମିଳିଥିବା ଖବର ଅନୁସାରେ ଆଜି ୩୦ଟି ଜିଲ୍ଲାର ଅଫ୍ ଡ୍ୟୁଟି କର୍ମଚାରୀମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ ମହାସଂଘ । ସେପଟେ ଏନେଇ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking