24.1 C
Bhubaneswar
Tuesday, February 10, 2026
Homeସ୍ୱାସ୍ଥ୍ୟଆମ୍ୱରେ ଭରି ରହିଛି ଏହି ସବୁ ଔଷଧୀୟ ଗୁଣ

ଆମ୍ୱରେ ଭରି ରହିଛି ଏହି ସବୁ ଔଷଧୀୟ ଗୁଣ

ଭୁବନେଶ୍ୱର : ଆମ୍ୱକୁ ଫଳମାନଙ୍କ ରାଜା କୁହାଯାଏ। ଗ୍ରୀଷ୍ମ ଦିନରେ ଫଳୁଥିବା ଆମ୍ୱରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ମୋତିଆବିନ୍ଦୁ, ମୋଟାପଣ ଆଦି ସହ କ୍ୟାନସର ଭଳି ରୋଗରୁ ରକ୍ଷା କରିବାର ଶକ୍ତି ଆମ୍ୱ ପାଖରେ ରହିଛି। ସେହିପରି ଆମ୍ବ ପତ୍ରରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ। ମଧୁମେହ, ଶ୍ୱାସ ରୋଗ ଭଳି ଅନେକ ରୋଗ ପାଇଁ ଆମ୍ବପତ୍ର ଲାଭଦାୟକ। ଏଥିରେ ମ୍ୟାଗିଫେରିନ୍‌, ଗୈଲିନ୍ ଏସିଡ୍ ତଥା ପୋଲିଫିନାଲ୍ସ ଭଳି ତତ୍ତ୍ୱ ରହିଛି। ତା’ହେଲେ ଆସନ୍ତୁ ଜାଣିବା ଆମ୍ବପତ୍ର ଆମ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ହୋଇଥାଏ ଓ ଏହାକୁ କେମିତି ବ୍ୟବହାର କରିବା। ଶ୍ୱାସ ସମ୍ୱଦ୍ଧୀୟ ସମସ୍ୟା ଥିଲେ ଆମ୍ୱପତ୍ର ଲାଭକାରୀ ହୋଇଥାଏ। ଆମ୍ୱପତ୍ରର କାଢ଼ା ବନାଇ ପିଇଲେ ଆରାମ ମିଳେ।
ଆମ୍ୱପତ୍ରରେ ଆଣ୍ଟି ଡାଏବେଟିସ୍‌ ଗୁଣ ରହିଥାଏ। ଏହା ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ। ଆମ୍ୱପତ୍ରକୁ ଶୁଖାଇ ତାହାର ଗୁଣ୍ଡକୁ ନିୟମିତ ସେବନ କଲେ ସୁଗାର ନିୟନ୍ତ୍ରଣରେ ରହେ।
ଆମ୍ୱପତ୍ରକୁ ପାଣିରେ ପକାଇ ସେହି ପାଣିରେ ସ୍ନାନ କଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ।
ପେଟରେ ହେଉଥିବା ଷ୍ଟୋନ୍‌ର ଚିକିତ୍ସା ପାଇଁ ଆମ୍ବପତ୍ର ଖୁବ୍ ଲାଭକାରୀ। ଆମ୍ୱପତ୍ରକୁ ଗୁଣ୍ଡକରି ପାଉଡରକୁ ପ୍ରତିଦିନ ସେବନ କଲେ ପେଟରୁ ପଥର ବାହାରିଯାଏ।
କିଛି ଲୋକଙ୍କର ବାରମ୍ବାର ହାକୁଟି ହୁଏ। ଏହି ସମସ୍ୟାରୁ ଆମ୍ୱପତ୍ର ମୁକ୍ତି ଦେଇ ପାରିବ। ଆମ୍ୱପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ କୁଳି କଲେ ହାକୁଟି ସମସ୍ୟା ଦୂର ହୋଇଥାଏ।
ସତେଜ ଆମ୍ବପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଟ୍ୟୁମର ପରି ରୋଗରୁ ମୁକ୍ତି ମିଳିପାରିବ। ଏହାଛଡା ଆମ୍ୱପତ୍ରରେ ଆଣ୍ଟି-ବ୍ୟାକେଟରିଆଲ ଗୁଣ ଥାଏ ଯାହା ଇନଫେକ୍ସନ୍‌ ବା ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking