ନୂଆଦିଲ୍ଲୀ: ଚଳିତ ବର୍ଷ ବାର୍ଷିକ ଅମରନାଥ ଯାତ୍ରା ଜୁଲାଇ ୩ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଯାହା ୨୦୨୪ ରେ ପାଳନ କରାଯାଉଥିବା ୫୨ ଦିନରୁ ଏହାର ଅବଧିକୁ ୩୮ ଦିନକୁ ହ୍ରାସ କରାଯାଇଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କୁ ନେଇ ଏବଂ ସୁରାଜଃୟକୁ ଦୃଷ୍ଟି ରେ ରଖି ତୀର୍ଥଯାତ୍ରା ଅବଧିକୁ ହ୍ରାସ କରିବାର ନିଷ୍ପତ୍ତି ନିଆଯାଇଛି ।ଆଗାମୀ ଇଦ୍-ଉଲ୍-ଆଧା, ଅମରନାଥ ଯାତ୍ରା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅମରନାଥ ଯାତ୍ରା ୨୦୨୫କୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ CAPF ର ମୋଟ ୫୮୧ କମ୍ପାନୀ ନିୟୋଜିତ ହେବେ ।