25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଜୁଲାଇ ୩ରୁ ଅମରନାଥ ଯାତ୍ରା

ଜୁଲାଇ ୩ରୁ ଅମରନାଥ ଯାତ୍ରା

ଶ୍ରୀନଗର: ବିଶ୍ୱ ପ୍ରସିଦ୍ଧ ଅମରନାଥ ଯାତ୍ରା ପାଇଁ ବୁଧବାର ବିଧିବଦ୍ଧ ତାରିଖ ଘୋଷଣା କରାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଅମରନାଥ ଯାତ୍ରା ଜୁଲାଇ ୩ରୁ ଆରମ୍ଭ ହୋଇ ଅଗଷ୍ଟ ୯ (ରକ୍ଷା ବନ୍ଧନ) ପର୍ଯ୍ୟନ୍ତ ଚାଲିବ। ଦକ୍ଷିଣ କାଶ୍ମୀରରେ ୩,୮୮୦ ମିଟର ଉଚ୍ଚତାରେ ଅବସ୍ଥିତ ଅମରନାଥ ମନ୍ଦିରର ଏହି ୩୮ ଦିନିଆ ବାର୍ଷିକ ତୀର୍ଥଯାତ୍ରା ପାଇଁ ଏଥର ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଯତ୍ନ ନିଆଯିବ। ଶ୍ରଦ୍ଧାଳୁଙ୍କ ରହିବାର ବ୍ୟବସ୍ଥା କରାଯିବା ସହିତ ଲଙ୍ଗରର ସୁବିଧା ବି ରହିବ। ପ୍ରତିବର୍ଷ ଅମରନାଥ ଯାତ୍ରା ପ୍ରାୟ ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ ରେ ଅନନ୍ତନାଗ ଜିଲ୍ଲାର ପହଲଗାମ ରୁଟ୍ ଏବଂ ଗଣ୍ଡେରବଲ ଜିଲ୍ଲାର ବାଲତାଲ ରୁଟ୍ – ଉଭୟ ରୁଟ୍‌ରୁ ଏକକାଳୀନ ଆରମ୍ଭ ହେବ। ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ପଞ୍ଜିକରଣ ପ୍ରକ୍ରିୟା କରାଯିବ। ଗତବର୍ଷ ଏହି ଯାତ୍ରା ଜୁନ୍ ୨୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ରେ ଶେଷ ହୋଇଥିଲା। ପହଲଗାମ୍ ରୁଟ୍ ଦେଇ ୪୮କିଲୋମିଟର ଯାତ୍ରା କରିବା ସହଜ ହୋଇଥିବା ବେଳେ ବାଲତାଲ୍ ରୁଟ୍ ଦେଇ ଦେଇ ମାତ୍ର ୧୪ କିଲୋମିଟର ଯାତ୍ରା କରିବାରେ ଶ୍ରଦ୍ଧାଳୁଙ୍କୁ କଷ୍ଟ ହୋଇଥାଏ। ସେହିପରି ଗତବର୍ଷ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଏପ୍ରିଲ ୧୭ ତାରିଖରୁ ଆରମ୍ଭ ହୋଇଥିଲା। ପଞ୍ଜୀକରଣ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ କରାଯାଇଥିଲା।

ଅମରନାଥ ଶ୍ରାଇନ୍ ବୋର୍ଡର ଅଧ୍ୟକ୍ଷ ଏବଂ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ୪୮ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜମ୍ମୁ କାଶ୍ମୀରର ଡିଜିପି ନଳିନ ପ୍ରଭାତ, ମୁଖ୍ୟ ସଚିବ ଅଟଳ ଢ଼ୁଲୁ ସମେତ ଶ୍ରାଇନ୍ ବୋର୍ଡ ସଦସ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଗୁମ୍ଫା ଅଞ୍ଚଳକୁ ଭିଡ଼ କମ କରିବା ପାଇଁ ପଦକ୍ଷେପ, ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି, ହେଲିକପ୍ଟର ସେବାର ପର୍ଯ୍ୟାପ୍ତ ବ୍ୟବସ୍ଥା, ଚିକିତ୍ସା ସୁବିଧା, ପାଣିପାଗ ପୂର୍ବାନୁମାନ ଭିତ୍ତିଭୂମି ଏବଂ ସୁରକ୍ଷା ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସମୟରେ, ଉପରାଜ୍ୟପାଳ ଯାତ୍ରା ମାର୍ଗରେ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking