ଭୁବନେଶ୍ୱର: ବିଜେଡିକୁ ବଡ ଝଟକା । ପଦ୍ମ ଧରିଲେ ଅମର ପଟ୍ଟନାୟକ । ବିଜେଡି ଛାଡି ବିଜେପିରେ ମିଶିଲେ ଅମର ପଟ୍ଟନାୟକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ଅନ୍ୟାନ୍ୟ ବିଜେପି କର୍ମୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଟାଣୁଆ ନେତା ଅମର ପଟ୍ଟନାୟକ । ଅମର ପଟ୍ଟନାୟକ ବିଜେଡିର ଷ୍ଟ୍ରାଟେଜି ମେକର ଥିଲେ , ତା ସହିତ ଦଳ ପାଇଁ ନୀତି ନିର୍ଦ୍ଧାରଣ କରୁଥିଲେ । ଦଳର ନୀତି ଆଦର୍ଶରେ ବନ୍ଧା ଥିଲେ । ସେଭଳି ଜଣେ ଟାଣୁଆ ନେତା ଆଜି ବିଜେପିରେ ମିଶିଛନ୍ତି ।
୨୦୨୪ ନିର୍ବାଚନରେ ବିଜେଡି ହାରିବା ପରେ ଅନେକ ବରିଷ୍ଠ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ୨ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମମତା ମୋହାନ୍ତ ବିଜେପିରେ ମିଶିଥିଲେ । ଲମ୍ବୋଦର ନିଆଲ , ଜୟ ଢୋଲକିଆଙ୍କ ପରେ ବର୍ତ୍ତମାନ ଅମର ପଟ୍ଟନାୟକ ବିଜେଡି ଛାଡିଛନ୍ତି । ଅନ୍ୟପଟେ ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସମାନ ସମୟରେ ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନରେ ପହଞ୍ଚିଛନ୍ତି ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତିି ନବୀନ । କୋମନାରେ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତିି ନବୀନ ପଟ୍ଟନାୟକ।










