22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଯୁବକଙ୍କୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିଥିବା ଅଭିଯୋଗ

ଯୁବକଙ୍କୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଲିସ ମୃତକଙ୍କ ସ୍ତ୍ରୀ ଏବଂ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଉଭୟ ଯୁବକଙ୍କୁ ନିଦ ବଟିକା ଦେଇ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଏହି ଘଟଣାଟି ଜୁଲାଇ ୧୩ ତାରିଖରେ ଘଟିଥିଲା,ପୋଲିସ କହିଛି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କରଣଙ୍କୁ ପ୍ରଥମେ ନିଦ ବଟିକା ଦିଆଯାଇଥିଲା, ଯାହା ଯୋଗୁଁ ସେ ବେହୋସ ହୋଇଯାଇଥିଲେ। ଏହା ପରେ ତାଙ୍କୁ ବିଦ୍ୟୁତ ଆଘାତ ଦିଆଯାଇଥିବା ଅଭିଯୋଗ ହୋଇଛି।ଅପରାଧ କରିବା ପରେ, ଅଭିଯୁକ୍ତ ମହିଳା ସିଧା ତାଙ୍କ ଶ୍ୱଶୁର ଘର ଲୋକଙ୍କ ପାଖକୁ ଯାଇ କହିଲେ ଯେ କରଣଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତକଙ୍କ ସ୍ତ୍ରୀ ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking