33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶକୋଟି କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଅଭିଯୋଗ; ଘରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ

କୋଟି କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଅଭିଯୋଗ; ଘରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ

ଅହମଦାବାଦ୍‌: ଜିଏସ୍‌ଟି ଦୁର୍ନୀତି ମାମଲାରେ ମହେଶ ଲାଙ୍ଗା ନାମକ ଜଣେ ବରିଷ୍ଠ ସାମ୍ବାଦିକ (ଏକ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ରରେ କାର୍ଯ୍ୟରତ)ଙ୍କୁ ଅହମଦାବାଦ କ୍ରାଇମବ୍ରାଞ୍ଚ୍ ପୁଲିସ୍ ଗିରଫ କରିଛି । ତାଙ୍କ ଘରୁ କ୍ରାଇମବ୍ରାଞ୍ଚ ଟିମ୍ ନଗଦ ୨୦ ଲକ୍ଷ ଟଙ୍କା, କିଛି ସୁନା ଅଳଙ୍କାର ଓ ଜମିର କାଗଜପତ୍ର ଜବତ କରିଛି । ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ଜିଏସ୍‌ଟି ବିଭାଗ ପ୍ରଥମେ ମହେଶ ଲାଙ୍ଗାଙ୍କ ବିରୋଧରେ ଜିଏସ୍‌ଟି ଠକେଇ ନେଇ ଅଭିଯୋଗ କରିଥିଲା । ଫଳରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅହମଦାବାଦ, ଜୁନାଗଡ଼, ସୁରତ, ଖେଡା ଓ ଭାବନଗରର ୧୪ଟି ସ୍ଥାନରେ ଚଢ଼ଉ କରାଯାଇଥିଲା । ତେବେ ତାଙ୍କ ଘରୁ ଆଜି ୨୦ ଲକ୍ଷ ନଗଦ ଅର୍ଥରାଶି ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସବୁ ଜବତ କରାଯିବା ପରେ ମହେଶଙ୍କୁ ଗିରଫ କରାଯାଇଛି ।
କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ନକଲି ଇନପୁଟ୍ ଟିକସ କ୍ରେଡିଟ୍ ଜରିଆରେ ପ୍ରାୟ ୨୦୦ ଜାଲ କମ୍ପାନୀ ଏହି ଠକେଇରେ ସାମିଲ ରହିଛନ୍ତି । କମ୍ପାନୀ ଗୁଡ଼ିକ ନକଲି ପରିଚୟ ଓ ଦସ୍ତାବିଜ ଦେଇ ଶୁଳ୍କ ଫାଙ୍କିବାରେ ଲାଗିଥିଲେ । କେନ୍ଦ୍ରୀୟ ଜିଏସଟି ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ସାମ୍ବାଦିକ ମହେଶ ତାଙ୍କ ପତ୍ନୀ ଓ ବାପାଙ୍କ ନାଁରେ ନକଲି ଦସ୍ତାବିଜ ପ୍ରସ୍ତୁତ କରିଥିଲେ । ଏହି ଦସ୍ତାବିଜ ଜରିଆରେ ଜାଲ କମ୍ପାନୀଗୁଡ଼ିକର ନେଣଦେଣ ହେଉଥିଲା । ମହେଶ କୋଟି କୋଟି ଟଙ୍କାର ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ଜେରା କରିବା ପାଇଁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚର ଡେପୁଟି କମିଶନର ଅଫ୍ ପୁଲିସ ଅଜିତ ରଜିଆନ କହିଛନ୍ତି । କ୍ରାଇମବ୍ରାଞ୍ଚ ଏହି ମାମଲାରେ ଏକାଧିକ ବ୍ୟକ୍ତି ଓ କମ୍ପାନୀ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking