ନୂଆଦିଲ୍ଲୀ : ଏଫ୍ଆଇଆଇଟିଜେଇଇ ଚେୟାରମ୍ୟାନ୍ ଡି.କେ ଗୋଏଲ ଏକ ଭିଡିଓ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣାଟି ଦିଆଯାଇନଥିବା ଦରମା ଏବଂ ଆର୍ଥିକସ୍ଥିତିକୁ ନେଇ ଉପୁଜିଥିଲା । ଏହି ଭିଡିଓଟି ପ୍ରଥମେ ରେଡିଟରେ ପୋଷ୍ଟ କରାଯାଇଥିଲା । ଏହି ଭିଡିଓରେ ଗୋଏଲ ରାଗିଯାଇ ୧୪୨ କୋଟି ଟଙ୍କା ବିନିଯୋଗ ବିଷୟରେ ପ୍ରଶ୍ନ କରିଛନ୍ତି । ଫୁରିଓସ ଗୋଏଲ ବଡପାଟିରେ ଚିତ୍କାର କରି ଅପଶବ୍ଦ ବ୍ୟବହାର କରିଛନ୍ତି । କହିଛନ୍ତି ବୋକା ଲୋକ ଯାଅ ତୁମ ମାଙ୍କୁ ଯାଇ ପଚାର ତୁମ ବାପା କିଏ । ଯେତେବେଳେ ଅନ୍ୟ ବ୍ୟକ୍ତି ଜଣେ ସମାନ ପ୍ରଶ୍ନ କରିଥିଲେ ତାଙ୍କୁ ମଧ୍ୟ ଗାଳି ଦେଇଥିଲେ । କହିଥିଲେ, କୁକୁରର ପୁଅ । ତୁମ ମାଆ ନିଶ୍ଚୟ ରେଡ ଲାଇଟ ଅଞ୍ଚଳର ହୋଇଥିବେ । ଆହୁରି କହିଛନ୍ତି କୋର୍ଟକୁ ଯାଇକି ମୁଁ ଏଭଳି କହିଛି ବୋଲି କୁହ । ଏହାରି ଭିତରେ ଅନ୍ୟ ଜଣେ ଭଦ୍ର ବ୍ୟକ୍ତି ତାଙ୍କୁ ବୁଝାଇଲା ବେଳକୁ ତାଙ୍କୁ ଗୋଏଲ କହିଛନ୍ତି, ମନୀଷ ବାବୁ ଏଫଆଇଆଇଟିଜେଇଇ କାର୍ଯ୍ୟାଳୟରୁ ବାହାରକୁ ବାହାର କରିଦିଅ । ମୁଁ ଏହି ମଣିଷକୁ ଦେଖିବାକୁ ଚାହୁଁନାହିଁ । ଗୋଏଲ ଆହୁରି କହିଛନ୍ତି ଯଦି ବାପାର ପୁଅ ହୋଇଥିବ ତେବେ ପ୍ରମାଣ କରିକି ଦେଖାଅ । ଗୋଏଲଙ୍କର ଏଭଳି ଦୁର୍ବ୍ୟବହାର ଏବଂ ବୃତ୍ତିଗତ ଜୀବନରେ ଏଭଳି କହିବା ଠିକ ନଥିଲା । ଏଫଆଇଆଇଟିଜେଇଇର କାର୍ଯ୍ୟକ୍ଷେତ୍ରରେ ଏହି ଭିଡିଓ ଭାଇରାଲ ହୋଇଛି ।
Abusive-Kalesh during Zoom Meeting (Fiitjee chairman abusing the employees during meeting)
pic.twitter.com/SJBzz1zhly— Ghar Ke Kalesh (@gharkekalesh) December 9, 2024