24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶ୭ କୋଟି ଲାଞ୍ଚ ନେଇଥିବା ଅଭିଯୋଗ; ସତ୍ୟେନ୍ଦ୍ର ଜୈନ୍‌ଙ୍କ ନାଁରେ ମାମଲା

୭ କୋଟି ଲାଞ୍ଚ ନେଇଥିବା ଅଭିଯୋଗ; ସତ୍ୟେନ୍ଦ୍ର ଜୈନ୍‌ଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟ(ଆପ୍‌)ର ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ଶାଖା (ଏସିବି)। ଆପ୍ ସରକାର ସମୟରେ ୫୧୭ କୋଟିର ସିସିଟିଭି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଏବଂ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ସତ୍ୟେନ୍ଦ୍ର ପ୍ରାୟ ୭ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଆସିବା ପରେ ଏସିବି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଦୁର୍ନୀତିକୁ ନେଇ ଏବେ ରାଜନୈତିକ ବାକ୍‌ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯାଇଛି। ସତ୍ୟେନ୍ଦ୍ର ଲାଞ୍ଚ ନେଇଥିବା ବିଜେପି ଅଭିଯୋଗ ଆଣିଥିବା ବେଳେ ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ ଷଡ଼ଯନ୍ତ୍ର କରିଥିବା ଆପ୍ ଅଭିଯୋଗ କରିଛି। ଅନ୍ୟପକ୍ଷେ ଏସିବିର ଯୁଗ୍ମ ଆୟୁକ୍ତ ମାଧୁର ବର୍ମା କହିଛନ୍ତି, ସତ୍ୟେନ୍ଦ୍ରଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ସିସିଟିଭି କ୍ୟାମେରା ପ୍ରକଳ୍ପ କାର୍ଯ୍ୟକାରୀରେ ବିଳମ୍ବ ଯୋଗୁ ଭାରତ ଇଲେକ୍‌ଟ୍ରୋନିକ୍ସ ଲିମିଟେଡ(ବିଇଏଲ) ଉପରେ ଲାଗୁ ହୋଇଥିବା ୧୬ କୋଟି ଟଙ୍କାର ଜୋରିମାନାକୁ ସତ୍ୟେନ୍ଦ୍ର ଛାଡ଼ କରିଦେଇଥିଲେ। ତେବେ ଏଥିପାଇଁ ସେ ୭ କୋଟି ଟଙ୍କା ଲାଞ୍ଚ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking