22.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ

ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆମରୋହରେ ଲଜ୍ଜା । ଜଣେ ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଦ ନାଗଲି ଥାନା ଅଞ୍ଚଳ ଅନ୍ତର୍ଗତ ଡେହରା ଗାଁରେ, ଜଣେ ନୃଶଂସ ବ୍ୟକ୍ତି ଝିଅଟିକୁ ପ୍ରଲୋଭିତ କରି ଏକ କେନାଲ କୂଳକୁ ନେଇଯାଇଥିଲା, ସେଠାରେ ଝିଅଟି ସହିତ ଜଘନ୍ୟ ଅପରାଧ ଘଟାଇଥିଲା । ଏହା ପରେ ଅଭିଯୁକ୍ତ ଜଣକ ଝିଅଟିକୁ ଗୁରୁତର ଅବସ୍ଥାରେ ଛାଡି ପଳାଇ ଯାଇଥିଲା । ଗୁରୁତର ଅବସ୍ଥାରେ ଝିଅଟିକୁ ଉଦ୍ଧାର କରି ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଖଭର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ନିକଟସ୍ଥ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking