34.1 C
Bhubaneswar
Sunday, February 22, 2026
Homeଅପରାଧଆଇଆର୍‌ଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଆଇଆର୍‌ଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ଆଇଆର୍‌ଏସ୍ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ଇନକମ୍ ଟ୍ୟାକ୍ସ ଅଫିସରେ କାର୍ଯ୍ୟରତ ଆଇଆର୍‌ଏସ୍ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସହୀଦ ନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ସହୀଦ ଥାନାରେ କେସ ନମ୍ବର ୧୦୪/୨୬ରେ ମାମଲା ରୁଜୁ କରି ତନାଘନା କରୁଛି ପୋଲିସ । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ । ଏନେଇ ଆଇଆର୍‌ଏସ୍ ଅଧିକାରୀଙ୍କ ନାଁରେ ବିଏନଏସ ୬୪(୧) ଦଫାରେ ମାମଲା ରୁଜୁ ହୋଇଛି । ଅଭିଯୋଗରେ କଣ ରହିଛି ସତ୍ୟାସତ୍ୟ ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଗତ ୧୯ ତାରିଖ ପୀଡିତା ଏନେଇ ସହୀଦନଗର ଥାନାରେ ଅଭିଯୋଗ ଆଣିଥିଲେ । ପରେ କମିଶନରେଟ ପୋଲିସ ଘଟଣାର ସତ୍ୟାସତ୍ୟ ପାଇଁ ପ୍ରମାଣ ଖୋଜୁଛି। ପୀଡ଼ିତାଙ୍କ ଘରକୁ ଯାଇ ପୋଲିସ ବୟାନ ରେକର୍ଡ କରିଛି । ଖୁବଶୀଘ୍ର ଆଇଆର୍‌ଏସ୍ ଅଧିକାରୀଙ୍କ ଘରେ ପହଞ୍ଚିବ ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking