ଭୁବନେଶ୍ୱର: ଖାଲିଥିବା ସରକାରୀ କ୍ୱାର୍ଟରକୁ ପୁଣି ଜବରଦଖଲ ଅଭିଯୋଗ । ରାଜଧାନୀରେ ୟୁନିଟ ୨ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସକୁ କିଛି ବ୍ୟକ୍ତି ଜବରଦଖଲ କରିବା ଅଭିଯୋଗ ପରେ ପୁଣି ଉଚ୍ଛେଦ କରିବାକୁ ପହଞ୍ଚିଲା ବିଡିଏ ଏବଂ ଜିଏ ବିଭାଗର ଏନଫୋର୍ସମେଣ୍ଟ ଟିମ । ଏହି ଅଞ୍ଚଳରେ ପ୍ରାୟ ୧୫ଟି ସରକାରୀ କ୍ୱାର୍ଟରକୁ ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଖୁବଶୀଘ୍ର ଏହା ଜବରଦଖଲ ମୁକ୍ତ ହେବ ବୋଲି କହିଛି ଟିମ ।










