28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶମୋଦୀ ବିରୋଧୀ ଏଜେଣ୍ଡା ଅଭିଯୋଗ ନୈରାଶ୍ୟଜନକ : ଆମେରିକା

ମୋଦୀ ବିରୋଧୀ ଏଜେଣ୍ଡା ଅଭିଯୋଗ ନୈରାଶ୍ୟଜନକ : ଆମେରିକା

ୱାଶିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ବ୍ୟବସାୟୀ ଗୌତମ ଅଦାନୀଙ୍କ ବିରୋଧରେ ଆମେରିକା ପକ୍ଷରୁ ଏକ ଏଜେଣ୍ଡା ଚଳାଯାଉଛି। ମୋଦୀ ଏବଂ ଅଦାନୀଙ୍କ ବିପକ୍ଷରେ ଚାଲିଥିବା ଏହି ଏଜେଣ୍ଡା ପଛରେ ଆମେରିକାର ବୈଦେଶିକ ବିଭାଗର ହାତ ରହିଛି। ମୋଦୀ ଏବଂ ଅଦାନୀଙ୍କ ସମ୍ପର୍କରେ ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଏକ ଖବର ଏବଂ କେନିଆ ଏବଂ ମିଆଁମାରରେ ଅଦାନୀ ଗ୍ରୁପର ପ୍ରକଳ୍ପ ଉପରେ ଏକାଧିକ ଓସିସିଆରପି (ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟିଂ ପ୍ରକଳ୍ପ) ଭଳି ଖବର ପ୍ରସାରିତ କରିବା ପାଇଁ ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ପାଣ୍ଠି ଯୋଗାଇ ଦିଆଯାଇଥିଲା। କେନ୍ଦ୍ରରେ କ୍ଷମତାସୀନ ତଥା ଶାସକ ଦଳ ବିଜେପି ପକ୍ଷରୁ ଏପ୍ରକାର ଅଭିଯୋଗ କରାଯିବାର ୨ ଦିନ ପରେ ଆମେରିକା ଏହା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରିଛି।ଶନିବାର ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସର ମୁଖପାତ୍ର କହିଛନ୍ତି ଯେ, ମୋଦୀ ଓ ଅଦାନୀଙ୍କ ବିରୋଧରେ ଆମେରିକା ସରକାର ଏକ ଏଜେଣ୍ଡା ଚଳାଇଥିବା ଭଳି ଅଭିଯୋଗ ଅତ୍ୟନ୍ତ ନୈରାଶ୍ୟଜନକ। ଏକ ଅନୁସନ୍ଧାନମୂଳକ ରିପୋର୍ଟିଂ ପୋର୍ଟାଲ ଓସିସିଆର୍‌ପି ପଛରେ ଆମେରିକାର ହାତ ଥିବା ବିଜେପି ଯେଉଁ ଅଭିଯୋଗ କରିଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏକ ମୁକ୍ତ ଏବଂ ସ୍ୱାଧୀନ ପ୍ରେସ୍ ଯେକୌଣସି ଗଣତନ୍ତ୍ରର ଏକ ଅତ୍ୟାବଶ୍ୟକ ଉପାଦାନ, ଯାହା ସୂଚିତ ଏବଂ ଗଠନମୂଳକ ବିତର୍କକୁ ସକ୍ଷମ କରେ ଏବଂ କ୍ଷମତାରେ ଥିବା ଲୋକଙ୍କୁ ଉତ୍ତରଦାୟୀ କରେ। ଏହି ଅଧିକାରୀଜଣକ ଓସିସିଆରପି ଭଳି ଗୋଷ୍ଠୀକୁ ଆମେରିକା ପାଣ୍ଠି ଯୋଗାଉଥିବା ଅଭିଯୋଗକୁ ଯଦିଓ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିନାହାନ୍ତି, କିନ୍ତୁ ଆମେରିକା ସରକାର “ସାମ୍ବାଦିକମାନଙ୍କ ପାଇଁ ବୃତ୍ତିଗତ ବିକାଶ ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣକୁ ସମର୍ଥନ କରୁଥିବା କାର୍ଯ୍ୟକ୍ରମ ଉପରେ ସ୍ୱାଧୀନ ସଂଗଠନମାନଙ୍କ ସହିତ ମିଳିମିଶି କାମ କରୁଥିବା’ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking