27.1 C
Bhubaneswar
Sunday, March 22, 2026
Homeଓଡିଶାଯୈାତୁକ ପାଇଁ ବଧୁ ହତ୍ୟା ଅଭିଯୋଗ

ଯୈାତୁକ ପାଇଁ ବଧୁ ହତ୍ୟା ଅଭିଯୋଗ

ବାଲେଶ୍ୱର: ଯୈାତୁକ ପାଇଁ ବଧୁ ହତ୍ୟା ଅଭିଯୋଗ ସାମନାକୁ ଆସିଛି । ବାଲେଶ୍ୱର ଔପଦା ଥାନା ବାଙ୍ଗୁରୁ ଗାଁରେ ଘଟିଛି ଏହି ଘଟଣା । ମୃତ ମହିଳା ଜଣକ ହେଉଛନ୍ତି ବିପିନ ବିହାରୀ ପଣ୍ଡାଙ୍କ ପତ୍ନୀ ଆରତୀ ପଣ୍ଡା । ଅଭିଯୋଗ ମୁତାବକ, ଆରତୀଙ୍କୁ ବିବାହ ବେଳେ ଦାବି ଅନୁଯାୟୀ ପରୀକ୍ଷିତ ନଗଦ ୩ ଲକ୍ଷ ଟଙ୍କା ସହ ସୁନାଚେନ,ମୁଦି, ନେକ୍‌ଲେସ ଆଦି ସରଞ୍ଜାମ ଦେଇଥିଲେ। ମାତ୍ର ଏତିକିରେ ସନ୍ତୁଷ୍ଟ ନହୋଇ ମାସେ ତଳେ ଶାଶୂ ଘର ଲୋକ ବାପ ଘରୁ ୩ ଲକ୍ଷ ଟଙ୍କା ଆଣିବାକୁ ଆରତୀଙ୍କୁ କହିଥିଲେ। ମାତ୍ର ଆରତୀ ନିର୍ଯାତନା ସହି ନପାରି ବାପ ଘରକୁ ପଳାଇଥିଲେ। ୧୫ ଦିନ ପରେ ତାର ସ୍ଵାମୀ ଓ ଶ୍ଵଶୁର କରୁଣାକର ପଣ୍ଡା ଆସି ବୁଝାସୁଝାକରି ନେଇ ଯାଇଥିଲେ। ସେହିପରି ଗତକାଲି ମଧ୍ୟ ଆରତୀଙ୍କୁ ଶାଶୂ ଘର ଲୋକ ବାପ ଘରକୁ ପଇସା ଆଣିବାକୁ ପଠାଇଥିଲେ । ମାତ୍ର ଘର ଅଭାବକୁ ବୁଝିପାରି ଆରତୀ ଗତକାଲି ସକାଳ ୮ଟାରେ ଶ୍ଵଶୁର ଘରକୁ ଆସିଥିଲେ। ମାତ୍ର ରାତି ୯ଟା ବେଳେ ଆରତୀଙ୍କ ଦେହ ଅସୁସ୍ଥ ଥିବା ବାପ ଘରଲୋକଙ୍କୁ ଫୋନ ଯୋଗେ ଅବଗତ କରାଯାଇଥିଲା। ବାପଘର ଲୋକ ଖଇରା ଡାକ୍ତରଖାନାରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ଆରତୀଙ୍କ ଶାଶୂ ଘର ଲୋକ ଫେରାର ଥିବା ବେଳେ ତାଙ୍କ ଶାଶୁ, ଶ୍ଵଶୁର, ସ୍ଵାମୀ ଓ ନଣନ୍ଦ ତାଙ୍କୁ ହତ୍ୟା କରିଥିବା ପରୀକ୍ଷିତ ଔପଦା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking