30.1 C
Bhubaneswar
Saturday, February 14, 2026
Homeଓଡିଶାଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗ

ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗ

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଦେସାହି ସମବାୟ ସମିତିରେ ଜଣେ ଚାଷୀଙ୍କ ଅଜାଣତରେ ତାଙ୍କ ନାମରେ ଋଣ କରି ଅର୍ଥ ହଡ଼ପ କରିବା ଘଟଣାରେ ନ୍ୟାୟ ପାଇଁ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେବା ପରେ ବ୍ୟାଙ୍କ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି କ୍ଷୋଭର ସହ କହିଛନ୍ତି ଚାଷୀ। ପ୍ରକାଶ, ଦେସାହି ସମବାୟ ସମିତିର ଚାଷୀ କନକ ଲତା ରାଉତ ଅଭିଯୋଗ କରିଛନ୍ତି ଯେ ସେ ସମବାୟରେ ଗୋଟିଏ ଥର ୧୧ ହଜାର ଟଙ୍କା ଋଣ ନେଇଥିଲେ। ଏବେ ବ୍ୟାଙ୍କ ପାସବୁକ ଚେକ ପରେ ତାଙ୍କ ନାମରେ ୫୪ ହଜାର ଟଙ୍କା ଋଣ ହୋଇଥିବା ଜାଣିବାକୁ ପାଇଛନ୍ତି। ସେ ଥରେ ଋଣ କରିଥିବା ବେଳେ କିଏ ତାଙ୍କ ନାମରେ ଋଣ କରି ଟଙ୍କା ଉଠାଇନେଇଥିବା ଜାଣିବା ପରେ ସେ ଚିନ୍ତାରେ ପଡି ଯାଇଛନ୍ତି। ଏ ବିଷୟରେ ସେ ସମବାୟ ସମିତି ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଦୌଡ଼ିଦୌଡ଼ି ନିରାଶ ହେବା ପରେ ଶୁକ୍ରବାର ବ୍ୟାଙ୍କ ଶାଖା ପରିଚାଳକଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ସେ ଯେତିକି ଟଙ୍କା ଋଣ କରିଛନ୍ତି ସେହି ଟଙ୍କା ସୁଝିବାକୁ ପ୍ରସ୍ତୁତ ଥିବା ବେଳେ ତାଙ୍କ ଅଜାଣତରେ କିଏ ଋଣ କରିଲା ଓ ଟଙ୍କା ନେଲା ତାହାର ସଠିକ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ସେ ବ୍ୟାଙ୍କ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗ ପାଇବା ପରେ ବ୍ୟାଙ୍କ ପରିଚାଳକ ନିହାରକାନ୍ତ ସ୍ୱାଇଁ ଏ ନେଇ ସମବାୟ ସଂପାଦକ ଅଶ୍ୱିନୀ ବେହୁରିଆଙ୍କୁ ଡାକି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘଟଣାର ତଦନ୍ତ କେବେ ସରୁଛି ଓ ମହିଳାଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking