25.1 C
Bhubaneswar
Tuesday, March 24, 2026
Homeଓଡିଶାଶ୍ରୀମନ୍ଦିର ଭିତରେ ମହିଳାଙ୍କୁ ସେବକଙ୍କ ମାଡ଼ ଅଭିଯୋଗ

ଶ୍ରୀମନ୍ଦିର ଭିତରେ ମହିଳାଙ୍କୁ ସେବକଙ୍କ ମାଡ଼ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରର ମୁଦୁଲି ଦ୍ବାର (ଚାହାଣୀ ମଣ୍ଡପ) ନିକଟରେ ଜଣେ ମହିଳାଙ୍କୁ ଜଣେ ସେବକ ଅଶାଳୀନ ବ୍ୟବହାର ପ୍ରଦର୍ଶନ ସହ ମାଡ଼ ମାରିଥିବା ସଂକ୍ରାନ୍ତରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକାରୀ ହେଲେ ମାର୍କଣ୍ଡେଶ୍ବରସାହିର ମମତାମୟୀ ପଣ୍ଡା। ସୂଚନା ମୁତାବକ, ଅଭିଯୋଗକାରୀ ମହିଳା ଜଣକ ଶ୍ରୀମନ୍ଦିରର ମୁଦୁଲି ଦ୍ବାର ନିକଟରେ ଥିବା ଜେଟିପିଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛାଡ଼ିବାକୁ ଅନୁରୋଧ କରୁଥିଲେ। ଏହି ସମୟରେ ଜଣେ ସେବକ ତାଙ୍କୁ ଅଶାଳୀନ ଭାଷା କହିବା ସହ ମାଡ଼ ମାରି ତଳକୁ ଠେଲି ଦେଇଥିଲେ। ଫଳରେ ମହିଳା ଜଣକ ତଳେ ପଡ଼ିଯାଇଥିଲେ। ଏନେଇ ମହିଳା ଜଣକ ମାଡ଼ ମାରିଥିବା ସେବକଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking