29.1 C
Bhubaneswar
Monday, March 30, 2026
Homeଓଡିଶାସମସ୍ତଙ୍କୁ କ୍ଷତିପୂରଣ ମିଳିବ: ମନ୍ତ୍ରୀ

ସମସ୍ତଙ୍କୁ କ୍ଷତିପୂରଣ ମିଳିବ: ମନ୍ତ୍ରୀ

ଭୁବନେଶ୍ୱର: ପାଗ ଖରାପ ଯୋଗୁଁ ସବୁ ସ୍ଥାନରେ ମଣ୍ଡି ଖୋଲିନି। ଅଦିନିଆ ବର୍ଷାରେ କ୍ଷୟକ୍ଷତି ଆକଳନ କରାଯାଉଛି। ସରକାର ସତର୍କ ଅଛନ୍ତି, ସମସ୍ତଙ୍କୁ କ୍ଷତିପୂରଣ ମିଳିବ। ଅଦିନିଆ ବର୍ଷାରେ ଧାନ ଓଦା ହୋଇଥିବାରୁ ଚାଷୀଙ୍କୁ ସମୟ ଦିଆଯିବ ଧାନ ଶୁଖେଇ ଏଫଏକ୍ୟୁ ମାନର ଦେବା ପାଇଁ। ବର୍ଷାରେ ଓଦା ହୋଇଥିବାରୁ ଏଫଏକ୍ୟୁ ମାନର ଧାନ ନଥିଲେ ବି ଆବଶ୍ୟକ ସ୍ଥଳେ ବିଚାରକୁ ନିଆଯିବ। ଏ ନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସାଢେ଼ ୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ଦେଢ଼ ଲକ୍ଷ ଚାଷୀ ଧାନ ବିକିଥିବା ୨୧୦୦ କୋଟି ଚାଷୀଙ୍କ ଆକାଉଣ୍ଟ କୁ ପଠା ଯାଇଛି। ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟ କୁ ଟଙ୍କା ଯାଉଛି। ପ୍ରତ୍ୟେକ ଚାଷୀଙ୍କ ଠାରୁ ଧାନ କିଣାଯିବ। ଅଦିନିଆ ବର୍ଷା ପାଇଁ ଅନ୍ୟ ଜିଲ୍ଲାରେ ମଣ୍ଡି ଖୋଲିବା ବିଳମ୍ବ ହେବ। କିନ୍ତୁ ଟୋକନ ଲାପ୍ସ ହେଲେ ବି ଜିଲ୍ଲାପାଳ ମାନଙ୍କୁ ୧୫ ଦିନ ସମୟ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking