21.1 C
Bhubaneswar
Wednesday, February 11, 2026
Homeସ୍ୱାସ୍ଥ୍ୟହାତରେ ଖାଦ୍ୟ ଖାଉଥିଲେ ମିଳିବ ଏହି ସବୁ ଫାଇଦା...

ହାତରେ ଖାଦ୍ୟ ଖାଉଥିଲେ ମିଳିବ ଏହି ସବୁ ଫାଇଦା…

ଭୁବନେଶ୍ୱର : ଭାରତରେ ପୁରାତନ ସମୟରୁ ହିଁ ଭୂମି ଉପରେ ଆସନରେ ବସି ହସ୍ତରେ ଭୋଜନ କରିବାର ପରମ୍ପରା ରହିଛି। ଏହା କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ବରଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଲାଭଦାୟକ। ହାତର ଆଙ୍ଗୁଠି ପଞ୍ଚତତ୍ତ୍ୱ ସହ ଜଡିତ। ହସ୍ତର ବୃଦ୍ଧା ଆଙ୍ଗୁଠି ଅଗ୍ନି, ତର୍ଜନୀ ବାୟୁ, ମଧ୍ୟମା ଆକାଶ, ଅନାମିକା ପୃଥିବୀ ଓ କନିଷ୍ଠା ଆଙ୍ଗୁଠି ଜଳ ତତ୍ତ୍ୱର ପ୍ରତିନିଧିତ୍ୱ କରିଥାଏ। ହସ୍ତରେ ଭୋଜନ କରିବା ଦ୍ୱାରା ମନୁଷ୍ୟ ଶରୀରରେ ପଞ୍ଚତତ୍ତ୍ୱର ସନ୍ତୁଳନ ସଠିକ୍‌‌ ରହିଥାଏ। ପଞ୍ଚତତ୍ତ୍ୱର ମିଳନରେ ଭୋଜନର ସ୍ୱାଦ ମଧ୍ୟ ବଢିଥାଏ। ଭୋଜନ କରିବା ସମୟରେ ଆଙ୍ଗୁଠି ଏକାଠି ହେବା ସହ ପରସ୍ପର ସହ ସ୍ପର୍ଶ କଲେ ଶରୀର ମଧ୍ୟକୁ ଏକ ପ୍ରକାର ଶକ୍ତି ପ୍ରବେଶ କରିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏହାସହ ଖାଦ୍ୟ ମଧ୍ୟ ଶୀଘ୍ର ହଜମ ହୋଇଥାଏ। ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ହସ୍ତରେ ଭୋଜନ କରିବା ଦ୍ୱାରା ଆଙ୍ଗୁଠି ଏକାଠି ହେବା ସହ ପରସ୍ପରକୁ ସ୍ପର୍ଶ କରିଥାଆନ୍ତି। ଏହାଦ୍ୱାରା ରକ୍ତ ସଞ୍ଚାଳନ ସଠିକ୍‌‌ ଭାବେ ହୋଇଥାଏ। ସ୍ନାୟୁ, ହସ୍ତରେ ଥିବା ମାଂସପେଶୀ ମଧ୍ୟ ସଠିକ ଭାବେ କାର୍ଯ୍ୟ କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking