ଭୁବନେଶ୍ୱର: ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବ କହିଲେ ମନମୋହନ ସାମଲ । କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ ଜମାକାରୀ ସମସ୍ତଙ୍କୁ ଟଙ୍କା ମିଳିବ । ମନରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଟଙ୍କା ପାଇବେ । ୧୦ ହଜାର ହେଉ କିମ୍ବା ୧୦ ଲକ୍ଷ ସମସ୍ତେ ଟଙଅକା ଫେରସ୍ତ ପାଇବେ । ସାମାନ୍ୟ ପ୍ରମାଣ ଦେଖାଇଲେ ଟଙ୍କା ଫେରସ୍ତ କରାଯିବ କହିଛନ୍ତି ମନମୋହନ । ୩ରୁ ୪ ମାସରେ ୫ ଲକ୍ଷ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ତାଲିକା ସଂପୁଣ୍ଣ ହୋଇଛି । ସେହି ଅନୁସାରେ ଟଙ୍କା ଫେରସ୍ତ କରାଯିବ । ଏହା ଏକ ନିୟମିତ ପ୍ରକ୍ରିୟା , ଆଉ ତାଲିକା ଆସିଲେ ପଯ୍ୟାୟ କ୍ରମେ ଟଙ୍କା ଦେବୁ ।










