32.1 C
Bhubaneswar
Saturday, February 14, 2026
Homeଓଡିଶାବରଗଡରେ ରାତି ୧୦ଟାରେ ସବୁ ଦୋକାନ ବଜାର ବନ୍ଦ

ବରଗଡରେ ରାତି ୧୦ଟାରେ ସବୁ ଦୋକାନ ବଜାର ବନ୍ଦ

ବରଗଡ: ବରଗଡ ସହରରେ ରାତି ୧୦ଟା ବାଜିଲେ ସବୁ ଦୋକାନ ବଜାର ବନ୍ଦ । ଡାକବାଜି ଯନ୍ତ୍ର ସାହାଯ୍ୟରେ ପୌର ପରିଷଦ ପକ୍ଷରୁ ସହର ସାରା ଆନାଉନ୍ସ କରାଯାଇ ସଚେତନ କରାଯାଉଛି । ଯେଉଁ ଦୋକାନୀ ଏହାର ଖିଲାପ କରିବେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବଂ ସମ୍ପୃକ୍ତ ଦୋକାନକୁ ସିଲ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସାଧାରଣ ଜନତାଙ୍କ ସୁରକ୍ଷା, ଶାନ୍ତି, ଶୃଙ୍ଖଳା ରକ୍ଷା କରିବା, ହିଂସା ଓ ନିଶା ମୁକ୍ତ କରିବା ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଅବଲମ୍ବନ କରୁଛି । କିଛି ଦିନ ତଳେ ଜନଗହଳି ବସ୍ତି ତଥା ଡେଲି ମାର୍କେଟ ହାଟପଦା ଠାରେ ଦୁଇ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ପରବର୍ତ୍ତୀ ସମୟରେ ବରଗଡ ସହର ଅଶାନ୍ତ ହୋଇପଡିଛି । ଏଥିସହ ପ୍ରତିଦିନ ବରଗଡ ସହରର ବିଭିନ୍ନ ଜାଗାରେ ନିଶା କାରବାର ଚାଲୁଛି । ଲୁଟପାଟ, ରାହାଜାନି ଡକାୟତି ଭଳି ବିଭିନ୍ନ ଅପରାଧୀ ଭଳି ପନ୍ତା ଅବଲମ୍ବନ କରୁଛନ୍ତି ଦୁର୍ବୃତ୍ତ । ବରଗଡ ସହରରେ କେମିତି ଶଆନ୍ତି ଫେରିବ ସେନେଇ ପୋଲିସ ସହର ସାରା ଫ୍ଲାଗମାର୍ଚ୍ଚ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking