32.1 C
Bhubaneswar
Sunday, May 4, 2025
Homeଓଡିଶାଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତି ନେଇଛନ୍ତି। ଆସନ୍ତାକାଲି, ଅର୍ଥାତ୍ ଏପ୍ରିଲ ୨୩, ୨୦୨୫ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ପରବର୍ତୀ ନିର୍ଦେଶ ନ ମିଳିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ବୁଧବାର ପଶ୍ଚିମ ଓଡିଶା ସାଙ୍ଗକୁ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭବ ହେବ। ଏଥିସହିତ ଆଗାମୀ ତିନିଦିନ ଯାଏ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ଶିକ୍ଷାନୁଷ୍ଠାନକୁ ଏହି ନିର୍ଦେଶ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ତେବେ ଗ୍ରୀଷ୍ମର ଅସହ୍ୟ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ବାହାରକୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । କେଇ ସେକେଣ୍ଡ ବାହାରେ ଛିଡା ହେଲେ ମୁଣ୍ଡା ଘୂରାଇ ଦେଉଛି, ଦେହରୁ ଗମଗମ ହୋଇ ଝାଳ ବାହାରି ପଡୁଛି । ଏଭଳି ସ୍ଥିତିରେ ଚାରିଆଡେ ଅଘୋଷିତ ବିଦ୍ୟୁତକାଟ ନାକେଦମ କରୁଛି । ଅଥଚ ଶକ୍ତିମନ୍ତ୍ରୀ ତଥା ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କହୁଛନ୍ତି ଏଥର ବିଦ୍ୟୁତ କାଟ ହେବନି । ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ, ତୁରନ୍ତ ସମାଧାନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking