ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରେ ସର୍ବଦଳୀୟ ବୈଠକ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି । ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବୈଠକ ବସିଥାଏ । ଡିସେମ୍ବର ୧ରୁ ୧୯ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ସହ ମୁହାଁମୁହିଁ ଏଡାଇବା ପାଇଁ ଏବଂ କିପରି ଅଧିବେଶନ ସୁରୁଖୁରୁରେ ପରିଚାଳନା କରାଯିବ ସେ ନେଇ ବୈଠକ ଡକାଯାଇଥାଏ ।ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖରେ ଆରମ୍ଭ ହେଉଛି ଏବଂ ସରକାର ୧୦ଟି ନୂତନ ବିଲ୍କୁ ଆଗତ କରିପାରନ୍ତି । ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପରମାଣୁ ଶକ୍ତି ବିଲ୍, ୨୦୨୫, ଯାହା ଦେଶର ବେସାମରିକ ପରମାଣୁ କ୍ଷେତ୍ରକୁ ଘରୋଇ କମ୍ପାନୀଗୁଡ଼ିକ ପାଇଁ ଖୋଲିବା ପାଇଁ ପଥ ପ୍ରଶସ୍ତ କରିବ ।










