ଭୁବନେଶ୍ୱର: ଛତିଶଗଡ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି । କହିଛନ୍ତି, ଜାନୁଆରୀ ୩୧ ଓ ଫେବୃଆରୀ ୧ ତାରିଖରେ ଗସ୍ତ କରିବ କମିଟି । ତା ପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ନିଷ୍କର୍ସ ଆଧାରରେ ଛତିଶଗଡରେ ପକ୍ଷ ରଖିବେ ସରକାର । ଫେବୃଆରୀ ୭ରେ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି । ଛତିଶଗଡ ସରକାରଙ୍କ ସହ ଟ୍ରିବ୍ୟୁନାଲଙ୍କ ନିକଟରେ ପକ୍ଷ ରଖିବେ ସରକାର । ୧୨ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ, ୧୩ ମାର୍ଚ୍ଚରେ ଅବଧି ସରିବ । ସୂଚନାଥାଉକି, ଆଜି ମହାନଦୀ ବିବାଦକୁ ନେଇ କମିଟି ବୈଠକ ବସିଥିଲା ।










