26.1 C
Bhubaneswar
Tuesday, June 3, 2025
Homeଓଡିଶାଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତାକୁ ବାହାର ରାଷ୍ଟ୍ରରେ ଉପସ୍ଥାପନ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତାକୁ ବାହାର ରାଷ୍ଟ୍ରରେ ଉପସ୍ଥାପନ କରିବେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପ୍ରେକ୍ଷାପଟ୍ଟରେ ଓ ସୀମାପାର ଆତଙ୍କବାଦ ବିପକ୍ଷରେ ଭାରତ ପକ୍ଷରୁ ସାତଟି ପ୍ରତିନିଧି ଦଳ ଏହି ମାସ ଶେଷ ବେଳକୁ ବିଭିନ୍ନ ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମିଳିତ ଜାତିସଂଘ ନିରାପତ୍ତା ପରିଷଦର କିଛି ସଦସ୍ୟମାନଙ୍କ ସହ ସାତଟି ଦଳର ପ୍ରତିନିଧିମାନେ ନିଜ ନିଜ ଟିମ ସହ କିଛି ପ୍ରମୁଖ ରାଷ୍ଟ୍ର ଭ୍ରମଣରେ ଯିବାର କାର୍ଯ୍ୟକ୍ରମ ରହିଛି ।

ଆତଙ୍କବାଦର ସବୁପ୍ରକାର ରୂପକୁ ନିନ୍ଦା କରି ସେସବୁ ଦେଶରେ ଏହି ପ୍ରତିନିଧି ଦଳ ଭାରତର ଆଭିମୁଖ୍ୟକୁ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଆତଙ୍କବାଦ ବିପକ୍ଷରେ ଆମ ଦେଶର ଶୂନ୍ୟ ସହନଶୀଳତା ସମ୍ପର୍କରେ ପ୍ରତିନିଧିମାନେ ନିଜ ନିଜ ଆଭିମୁଖ୍ୟ ଉପସ୍ଥାପନ କରିବେ ।

ଏହି ପ୍ରତିନିଧି ଦଳରେ ବିଭିନ୍ନ ଦଳର ସାଂସଦ, ରାଜନୈତିକ ବ୍ୟକ୍ତି ବିଶେଷ, ବିଭିନ୍ନ କୂଟନୈତିକମାନେ ଅନ୍ତର୍ଭୁକ୍ତ ରହିବେ । କଂଗ୍ରେସର ଶଶୀ ଥରୁର, ବିଜେପିର ରବିଶଙ୍କର ପ୍ରସାଦ, ଜେଡିୟୁର ସଞ୍ଜୟ କୁମାର ଝା, ବିଜେପିର ବୈଜୟନ୍ତ ପଣ୍ଡା, ଡିଏମକେର କାନିମୋଝି, ଏନସିପିର ସୁପ୍ରିୟା ସୁଲେ, ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରମୁଖ ସାତଟି ପ୍ରତିନିଧି ଦଳର ନେତୃତ୍ୱ ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking