30.1 C
Bhubaneswar
Tuesday, February 10, 2026
Homeଓଡିଶାରେଳପଥ ପ୍ରକଳ୍ପ ନେଇ ସର୍ବଦଳୀୟ ଓ ସାମୁହିକ ବୈଠକ

ରେଳପଥ ପ୍ରକଳ୍ପ ନେଇ ସର୍ବଦଳୀୟ ଓ ସାମୁହିକ ବୈଠକ

ଯାଜପୁର: ଯାଜପୁର ମିଶନ ଶକ୍ତି ସଭାଗୃହରେ ଯାଜପୁର ରୋଡ – ଧାମରା ରେଳପଥ ସଂଗ୍ରାମ ପରିଷଦ ଆନୁକୁଲ୍ୟ ରେ ରେଳପଥ ପ୍ରକଳ୍ପ ନେଇ ଏକ ସର୍ବଦଳୀୟ ଓ ସାମୁହିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମ ପରିଷଦର ଅଧକ୍ଷ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ବରେ ସଂଯୋଜକ ପଦ୍ମାକର ଗୁରୁଙ୍କ ସଞ୍ଚାଳନ କ୍ରମେ ଅନୁଷ୍ଠିତ ସମ୍ବିଳନୀରେ ଅତିଥିଭାବେ ଯାଜପୁରର ବିଧାୟିକା ସୁଜାତା ସାହୁ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ୍ ର ସରକାର୍ ଥିଲେ ବି ଉଭୟ ସରକାର ଏହି ପ୍ରକଳ୍ପ ଲାଗି କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତବ୍ୟକ୍ତ କରିଥିଲେ। ଏହି ସର୍ବଦଳୀୟ ଓ ସାମୁହିକ ବୈଠକରେ ସର୍ବଶ୍ରୀ ଭବ ପ୍ରସାଦ ଦାସ, ଆବାହକ ସନ୍ତୋଷ କୁମାର ନନ୍ଦ, ତପନ ମହାରଣ୍ୟ ଶର୍ମା, ପ୍ରତିମା କର ପ୍ରମୁଖ ଯୋଗ ଦେଇ ଯାଜପୁର ରୋଡ ଧାମରା ଭାୟା ଯାଜପୁର ଟାଉନ୍, ମଙ୍ଗଳପୁର, ଆରଡି, ଚାନ୍ଦବାଲି, ଭିତରକନିକା ଦେଇ ଧାମରା ପର୍ଯ୍ୟନ୍ତ ଏହି ନୂତନ ରେଳପଥଟି ବର୍ଷ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଉଦାସୀନତା ଓ ଅବହେଳା ଯୋଗୁଁ କାର୍ଯ୍ୟକାରୀ ହେଉ ନାହିଁ ବୋଲି ମତାପ୍ରକାଶ କରିଥିଲେ। ରେଳପଥ ଦେଇ ଯାଉଥିବା ଅଞ୍ଚଳରେ ବ୍ୟାପକ ସଚେତନତା ସହ ଜନ ଜାଗରଣ ସୃଷ୍ଟି କରିବାକୁ ଆଗାମୀ ଦିନରେ ଦସ୍ତଖତ ଅଭିଯାନ କରିବା, ପ୍ରତ୍ୟକ ବ୍ଲକ୍ ସ୍ତରରେ ବ୍ଲକ୍ ସମ୍ମୁଖରେ ଧାରଣା ସହ ସାଧାରଣ ସଭା, ଯାଜପୁର, ଭଦ୍ରକ ଓ କେନ୍ଦ୍ରପଡା ଜିଲ୍ଲାପାଳଙ୍କ ଜରିଆରେ ପରିଷଦ ପକ୍ଷ୍ୟରୁ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ ଓ ରେଳବୋର୍ଡ ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି ବୋଲି ସଂଯୋଜକ ଟିପଣି ରଖିଥିଲେ । ଆଗାମୀ ଶୀତକାଳୀନ ଅଧିବେଶନରେ ଶହ ଶହ ସଂଖ୍ୟାରେ ସଂସଦ ଭବନ ଆଗରେ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଲାଗି ଦିଲ୍ଲୀ ଚଲୋ ଅଭିଯାନ ମଧ୍ୟ ଏହି ବୈଠକରେ ସ୍ଥିର କରାଯାଇଛି । ଏହି ଅବସର ରେ ସହର ର ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking