27.1 C
Bhubaneswar
Monday, March 23, 2026
Homeଓଡିଶାନିଖିଳ ଓଡ଼ିଶା ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଂଘର ବିକ୍ଷୋଭ

ନିଖିଳ ଓଡ଼ିଶା ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଂଘର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଦୀର୍ଘଦିନ ହେବ ପୂର୍ବରୁ ମିଳୁଥିବା ଅବସରକାଳୀନ ସୁବିଧାକୁ ପରିବର୍ତ୍ତନ କରି ଚାଲିଛନ୍ତି । ଶ୍ରମିକ କର୍ମଚାରୀମାନଙ୍କ ନିମନ୍ତେ ଗତ ମାର୍ଚ୍ଚ ୨୫ ତାରିଖରେ ପାର୍ଲାମେଣ୍ଟରେ ଆଣିଥିବା ଅର୍ଥ ବିଲ୍ ତାର ଏକ ଜ୍ୱଳନ୍ତ ଉଦାହରଣ । ଦୀର୍ଘ ୨୦ ବର୍ଷ ହେବ ନୂତନ ପେନସନ, ଏକିକୃତ ପେନସନ ବିରୁଦ୍ଧରେ ଦେଶରେ ଶ୍ରମିକ କର୍ମଚାରୀମାନେ ଆନ୍ଦୋଳନ କରି ଚାଲିଛନ୍ତି । ୧୮ ମାସର ମହଙ୍ଗା ଭତ୍ତାକୁ ପ୍ରଦାନ କରୁନାହାଁନ୍ତି । ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଆଦି ମୌଳିକ ସୁବିଧା ନଦେବା, କମୁଟେସନ ପେନସନ ୧୫ ବର୍ଷ ପରିବର୍ତ୍ତେ ୧୦ ବର୍ଷ ୮ମାସରେ କାଟିବା, ଚିକିତ୍ସା ଭତ୍ତା ଆଦି ଦାବିରେ ନିଖିଳ ଓଡ଼ିଶା ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଂଘ ତରଫରୁ ବୁଧବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିକ୍ଷୋଭରେ ମହାସଂଘର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ କ୍ଷେତ୍ରମୋହନ ଦାସ, କାହ୍ନୁଚରଣ ମଲ୍ଲିକ, ବିଜୟ କମାର ନାୟକ, ରଞ୍ଜିତ କୁମାର ମହାନ୍ତି, ବିପିନ ବିହାରୀ ଦାସ, ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ କର୍ମଚାରୀ ସଂଗ୍ରାମ ସମିତିର ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking