27.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଅଭୟା ପାଇଁ ରାତି ସାରା ବିକ୍ଷୋଭ

ଅଭୟା ପାଇଁ ରାତି ସାରା ବିକ୍ଷୋଭ

କଲକାତା : ଅଭୟା ପାଇଁ ରାତି ସାରା ବିକ୍ଷୋଭ । କଲକାତା ପୀଡିତା ଅଭୟାଙ୍କ ପାଇଁ ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ । କଲକାତା ସହର ସାରା ପ୍ରତିବାଦର ନିଆଁ ଜଳୁଛି। ଅଭୟାକାଣ୍ଡର ଦୃଢ ପ୍ରତିବାଦ ଓ ପୀଡିତାଙ୍କ ଡାକ୍ତରଙ୍କୁ ନ୍ୟାୟ ଦେବା ଦାବିରେ କଲକାତାରେ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ। ସେହିପରି ଅଭୟାଙ୍କ ନ୍ୟାୟ ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ଅଭୟାଙ୍କ ପରିବାର ସଦସ୍ୟ। ବୁଧବାର କଲକାତାର ବିଭିନ୍ନ ସ୍ଥାନରେ ଲୋକେ ଲାଇଟ୍ ବନ୍ଦ କରି ପ୍ରତିବାଦ କରିଥିଲେ। ସହରବ୍ୟାପୀ ଲାଇଟ୍ ବନ୍ଦ କରାଯିବା ସହ ବିକ୍ଷୋଭ କରାଯାଇଥିଲା। ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ଲାଇଟ୍ ବନ୍ଦ କରି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking