ନୂଆଦିଲ୍ଲୀ: ଆଜି ମଧ୍ୟରାତ୍ରି ଯାଏଁ ଦିଲ୍ଲୀ ଏୟାରପୋର୍ଟରୁ ସବୁ ଇଣ୍ଡିଗୋ ବିମାନ ବାତିଲ ହୋଇଛି । ଦିଲ୍ଲୀରୁ ଉଡାଣ ଭରିବାକୁ ଥିବା ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ହନ୍ତସନ୍ତ ହେଉଛନ୍ତି । ଆଜି ଉଡାଣ ଭରିବାକୁ ଥିବା ୭୪, ପହଞ୍ଚିବାକୁଥିବା ୪୪ ବିମାନ ବାତିଲ କରାଯାଇଛି । ଦେଶର ୬୫% ଉଡାଣ ଇଣ୍ଡିଗୋରେ ହେଉଥିବାରୁ ବିମାନ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । କାଲି କେବଳ ମୁମ୍ବାଇରୁ ୧୧୮ ଇଣ୍ଡିଗୋ ବିମାନ ବାତିଲ ହୋଇଥିଲା । ଅହମ୍ମଦାବାଦରେ ମଧ୍ୟ ଏଯାବତ ୮୬ ଇଣ୍ଡିଗୋ ବିମାନ ବାତିଲ ହୋଇଛି । ସନ୍ଧ୍ୟା ୬ଟା ଯାଏଁ ଚେନ୍ନାଇରେ ମଧ୍ୟ ସବୁ ଇଣ୍ଡିଗୋ ବିମାନ ବାତିଲ ହୋଇଛି । ଗତ ତିନି ଧରି ଇଣ୍ଡିଗୋ ସମସ୍ୟା ଦେଖାଦେଇଛି । ୧୦୦୦ରୁ ଅଧିକ ଇଣ୍ଡିଗୋ ଉଡାଣ ବିମାନ ବାତିଲ କରାଗଲାଣି ।









