26.1 C
Bhubaneswar
Wednesday, February 11, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ

ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୁରୀ ସର୍କଲ ଅନ୍ତର୍ଗତ ସମସ୍ତ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଓ ମ୍ୟୁଜିୟମ ଆଦି ୨ଦିନ ପାଇଁ ବନ୍ଦ ରହିବ । ଏନେଇ ଆଜି ଏଏସଆଇ ପୁରୀ ସର୍କଲର ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପୁରୀ ସର୍କଲ ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲାର କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଓ କୀର୍ତ୍ତିରାଜିର ତଦାରଖ କରାଯାଉଛି । ସୂଚନା ଅନୁସାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ପୁରୀ ସର୍କଲ ଅଧୀକ୍ଷକ ଆଜି ଏକ ନିର୍ଦ୍ଦେଶନାମା ଜାରି କରି ବାତ୍ୟାଜନିତ ଅଘଟଣ ଏଡ଼ାଇବା ପାଇଁ ଆସନ୍ତା ୨୪ ଓ ୨୫ତାରିଖ ଦୁଇଦିନ ଧରି ଏତିହ୍ୟ ସ୍ଥଳୀ ଓ ମ୍ୟୁଜିୟମ ବନ୍ଦ ରହିବ ବୋଲି କହିଛନ୍ତି । ପୁରୀ ଏଏସଆଇ ସର୍କଲ ଅନ୍ତର୍ଗତ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲା ରହିଛନ୍ତି । ସମ୍ଭାବ୍ୟ ବାତ୍ୟା ଆସନ୍ତା ୨୪ତାରିଖ ରାତି ଅବା ୨୫ତାରିଖ ଭୋର ସମୟରେ ପୁରୀରୁ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗରେ ମାଡ଼ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ପୁରୀ ସର୍କଲ ଅନ୍ତର୍ଗତ ସମସ୍ତ ଜିଲ୍ଲାରେ ଥିବା କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ସ୍ଥଳୀକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking