19.1 C
Bhubaneswar
Thursday, February 12, 2026
Homeଓଡିଶାଆସନ୍ତାକାଲି ଖୋଲା ରହିବ ସମସ୍ତ କଲେଜ

ଆସନ୍ତାକାଲି ଖୋଲା ରହିବ ସମସ୍ତ କଲେଜ

ଭୁବନେଶ୍ୱର: ରାଜ୍ୟର ବିଜେପି ସରକାର ଗତକାଲି ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନକୁ ପରିବର୍ତ୍ତନ କରି ଏପ୍ରିଲ ୨୪ ତାରିଖ କରିବା ପରେ ଆଜି ମାର୍ଚ୍ଚ ୫ରେ ହେଉଥିବା ସରକାରୀ ଛୁଟିକୁ ବାତିଲ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି। ପରେ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ ସମାନ ଘୋଷଣା କରିଛି। ଗତକାଲି ଯଦିଓ ରାଜ୍ୟ ସରକାର ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ସମ୍ପର୍କିତ ୨୦୨୦ ମସିହାର ବିଜ୍ଞପ୍ତିକୁ ଫେରାଇ ନେଇଥିଲେ କିନ୍ତୁ ସେହିଦିନ ଛୁଟି ହେବ କି ନାହିଁ ସେ ନେଇ ସଂଶୟ ଲାଗି ରହିଥିଲା। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ଉଚ୍ଚଶିକ୍ଷା ବିଭାଗ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୫ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ମହାବିଦ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର କହିଛନ୍ତି, ପୂର୍ବରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ଯୋଗୁ ଛୁଟି ହେଉଥିଲା କିନ୍ତୁ ତାହା ଏପ୍ରିଲ ୨୪କୁ ପାଳନ ହେବାକୁ ଥିବାରୁ ଆସନ୍ତାକାଲି ଛୁଟି ହେବାର କୌଣସି ଯଥାର୍ଥତା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking