22.1 C
Bhubaneswar
Saturday, March 22, 2025
Homeଓଡିଶାରାଜ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ ୭ଟି ସୂତାକଳ ଓ ୮ଟି ଲୁଗାକଳ ଅଚଳ

ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ ୭ଟି ସୂତାକଳ ଓ ୮ଟି ଲୁଗାକଳ ଅଚଳ

ଭୁବନେଶ୍ୱର: ରାଜ୍ୟରେ ସମବାୟ କ୍ଷେତ୍ରରେ ମୋଟ୍‍ ୭ଟି ସୂତାକଳ ପ୍ରତିଷ୍ଠା ହୋଇଥିବାବେଳେ ବର୍ତ୍ତମାନ ସେଥିରୁ ଗୋଟିଏ ହେଲେ କାର୍ଯ୍ୟକ୍ଷମ ସ୍ଥିତିରେ ନାହିଁ । ସେହିଭଳି ୮ଟି ଲୁଗାକଳ ମଧ୍ୟ ବନ୍ଦହୋଇ ଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ୭ଟି ସୂତାକଳ ଓ ୮ଟି ଲୁଗାକଳ କାର୍ଯ୍ୟକ୍ଷମ ନଥିବାବେଳେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ୫ଟି ସମବାୟ ଚିନିକଳ ମଧ୍ୟରୁ ୪ଟି ଚିନି କଳ ବନ୍ଦହୋଇ ଯାଇଛି । ଏହି ବନ୍ଦ ଚିନିକଳ ମଧ୍ୟରୁ ବରଗଡ ଠାରେ ପ୍ରତିଷ୍ଠା ହୋଇଥିବା ସମବାୟ ଚିନିକଳଟି କ୍ରମାଗତ କ୍ଷତି, ଯନ୍ତ୍ରାଂଶଗୁଡିକ ଅତି ପୁରାତନ ଏବଂ ସମୟକ୍ରମେ ବ୍ୟବହାର ଯୋଗ୍ୟ ହୋଇ ରହିବା, ବିଭିନ୍ନ ପ୍ରତିକୂଳ କାରଣ ଯୋଗୁଁ ଏହି ଚିନିକଳକୁ ଇତି ମଧ୍ୟରେ ସମାପନ କରାଯାଇଛି । ବର୍ତ୍ତମାନ ଚାଲିଥିବା ଆସିକା ସମବାୟ ଚିନିଶିଳ୍ପକୁ ସମୃଦ୍ଧ କିରବାପାଇଁ ରାଜ୍ୟ ସରକାର ୪୭କୋଟି ୩୦ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି । ସେହିପରି ନୟାଗଡ, ବଡମ୍ବା ଓ ବଲାଙ୍ଗିରି ଠାରେ ଥିବା ସମବାୟ ଚିନିକଳଗୁଡିକର ଆଇନ୍‍ଗତ ପ୍ରକ୍ରିୟାରେ ବିଚାରାଧିନ ଅଛି । ବରଗଡଠାରେ ମାର୍କଫେଡ୍‍ର ଏକ ସାର କାରଖାନା ଥିଲା ଏବଂ ୨୦୦୭ ରୁ ତାହା ବନ୍ଦହୋଇ ଯାଇଛି । ସମବାୟ କ୍ଷେତ୍ରରେ ଥିବା ୧୮ଟି ଶୀତଳଭଣ୍ଡାର ମଧ୍ୟରୁ ୧୪ଟି ଅଚଳ ହୋଇଯାଇଛି । ଏଥି ମଧ୍ୟରୁ ୧୧ଟି ଶୀତଳଭଣ୍ଡାରକୁ ପିପିପି ମୋଡ୍‍ରେ ପୁନଃ କାର୍ଯ୍ୟକ୍ଷମ କରିବାପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking