21.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପୃଥିବୀ ଅଭିମୁଖେ ଆସୁଛି ଏଲିଅନ୍ ସ୍ପେସଶିପ୍‌!

ପୃଥିବୀ ଅଭିମୁଖେ ଆସୁଛି ଏଲିଅନ୍ ସ୍ପେସଶିପ୍‌!

କେମ୍ବ୍ରିଜ୍‌: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ସମ୍ପ୍ରତି ଦାବି କରିଛନ୍ତି ଯେ, ସେମାନେ ସୌରମଣ୍ଡଳ ବାହାରେ ଏକ ଅନନ୍ୟ ସନ୍ଦିଗ୍ଧ ଉଡନ୍ତା ବସ୍ତୁକୁ ଦେଖିଛନ୍ତି । ଏହି ବସ୍ତୁ ଘଣ୍ଟା ପ୍ରତି ୨.୧୭ ଲକ୍ଷ କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ପଥର ନୁହେଁ ବରଂ ଏକ ଏଲିଅନ୍ ସ୍ପେସଶିପ୍ ହୋଇପାରେ । ବୈଜ୍ଞାନିକମାନେ ଏହାକୁ ୩ଆଇ/ଆଟଲାସ୍ ନାମ ଦେଇଛନ୍ତି । ନାସା ଜୁଲାଇ ୧ରୁ ଏହି ଗତିଶୀଳ ବସ୍ତୁ ଉପରେ ନଜର ରଖିଛି । ନାସା ଅନୁଯାୟୀ, ଏହି ବସ୍ତୁ ଚଳିତ ବର୍ଷ ଅକ୍ଟୋବର ୩୦ରେ ସୂର୍ଯ୍ୟର ସବୁଠାରୁ ନିକଟତର ହେବ । ନାସା କହିଛି – ପ୍ରୋଜେକ୍ସନ ଅନୁସାରେ, ଏହି ବସ୍ତୁ ପୃଥିବୀ ଠାରୁ ୨୧ କୋଟି କିଲୋମିଟର ଦୂରତାରେ ଅତିକ୍ରମ କରିବ । ଆମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ତଥାପି, ବୈଜ୍ଞାନିକମାନେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ବସ୍ତୁ ଏକ ସ୍ପେସଶିପ୍ ନା ଧୂମକେତୁ ।

ଦୀର୍ଘଦିନରୁ ଅନ୍ତରୀକ୍ଷରେ ସନ୍ଦିଗ୍ଧ ବସ୍ତୁମାନ ଠାବ କରାଯାଇଆସୁଛି । ତେବେ ଏସବୁ ଏଲିଅନ୍ ଭିତ୍ତିକ କାର୍ଯ୍ୟକ୍ରମ କିମ୍ବା ଅନ୍ୟ କିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଅନ୍ତରୀକ୍ଷରେ ଗତିଶୀଳ ବସ୍ତୁକୁ ନେଇ କିଛି ମାତ୍ରାରେ ସଂଶୟ ସୃଷ୍ଟି ହୋଇଛି । ଏବେ ଯେତେବେଳେ ହାଭାର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏପ୍ରକାର କିଛି ଦାବି କରିଛନ୍ତି ସେତେବେଳେ ନାସା ପକ୍ଷରୁ ଏହା ଉପରେ ସତର୍କ ଦୃଷ୍ଟି ରଖାଯିବା ସହ ଏହାର ଗତିବିଧି ଭଲଭାବେ ଅନୁଧ୍ୟାନ କରାଯାଉଛି । ଏପରିକି ଏହା ସହ ସମ୍ପର୍କ ସ୍ଥାପନ କରାଯିବା ପାଇଁ ମଧ୍ୟ ଚେଷ୍ଟା କରାଯିବ ବୋଲି ନାସା ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking