18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଭାରତ-ବାଂଲାଦେଶ ସୀମାରେ ଆଲର୍ଟ

ଭାରତ-ବାଂଲାଦେଶ ସୀମାରେ ଆଲର୍ଟ

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା କଡାକଡି । ବିଏସଏଫ ପକ୍ଷରୁ ୨୪ ଘଣ୍ଟିଆ ହାଇ ଆଲର୍ଟ ଜାରି କରାଯାଇଛି । ବାଂଲାଦେଶ ସ୍ଥିତିକୁ ଦୃଷ୍ଟିରେ ରଖି ହାଇଆଲର୍ଟ ଜାରି କରାଯାଇଛି । ସୂଚନା ଯୋଗ୍ୟ ଯେ, ଆଜି ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଆସିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଶେଖ ହସିନାଙ୍କୁ ନେଇ ଆସୁଥିବା ସେନା ହେଲିକପ୍ଟର ସୋମବାର ଅପରାହ୍ନ ୨.୩୦ରେ ବଙ୍ଗଭବନରୁ ବାହାରିଥିଲା। ସେତେବେଳେ ତାଙ୍କ ସାନ ଭଉଣୀ ଶେଖ ରେହାନା ମଧ୍ୟ ତାଙ୍କ ସହ ଥିଲେ। ରବିବାର ସକାଳେ ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଏହି ସଂଘର୍ଷରେ ଅତି କମ୍‌ରେ ୧୪ ଜଣ ପୁଲିସ୍‌ ର୍ମଚାରୀଙ୍କ ସମେତ ଅତିକମରେ ୯୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହିତ ଶହ ଶହ ଲୋକ ଆହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking