28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଦିଲ୍ଲୀରେ ଅଲକାଏଦା ମଡ୍ୟୁଲ୍‌; ଡାକ୍ତର ସମେତ ୧୧ ଗିରଫ

ଦିଲ୍ଲୀରେ ଅଲକାଏଦା ମଡ୍ୟୁଲ୍‌; ଡାକ୍ତର ସମେତ ୧୧ ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ଏକ ପ୍ରମୁଖ ଆତଙ୍କବାଦୀ ମଡ୍ୟୁଲର ୧୧ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିବାରେ ଦିଲ୍ଲୀ ପୁଲିସ୍ ସଫଳ ହୋଇଛି। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌କୁ ଏମାନଙ୍କ ଉପସ୍ଥିତି ଏବଂ ସନ୍ଦେହଜନକ ଗତିବିଧି ସମ୍ପର୍କରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ରାଜସ୍ଥାନ, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ପୁଲିସ ସହାୟତାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଏହି ସର୍ଚ୍ଚ ଅପରେସନ କରିଥିଲା। ତେବେ ଗିରଫ ୧୧ଜଣଙ୍କ ମଧ୍ୟରେ ସାମିଲ ଥିବା ଜଣେ ଡାକ୍ତର ହିଁ ଏହି ଆତଙ୍କୀ ମଡ୍ୟୁଲ୍‌ର ମୁଖ୍ୟ ବୋଲି ଜଣାପଡିଛି। ଏହି ଡାକ୍ତରଜଣକ ହେଉଛନ୍ତି ରାଞ୍ଚିର ଏକ ପ୍ରସିଦ୍ଧ ହସ୍ପିଟାଲର ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଡାକ୍ତର ଇସ୍ତେଆକ୍ ଅହମ୍ମଦ। ଦିଲ୍ଲୀ ସ୍ପେଶାଲ ସେଲ୍ ଏମାନଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୪ଜଣଙ୍କୁ ପଚରାଉଚରା ଜାରି ରହିଛି।

ରିପୋର୍ଟ ଅନୁସାରେ ରାଜସ୍ଥାନର ଭିୱାଡିରୁ ୬ ଜଣ, ରାଞ୍ଚିରୁ ୪ ଜଣ, ହଜାରୀବାଗରୁ ଜଣେ ଏବଂ ୟୁପିର ଆଲିଗଡ଼ରୁ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ମୋତିଉର, ରିଜୱାନ, ମୁଫତି ରହମତୁଲ୍ଲା ଓ ଫୈଜାନ ଅହମ୍ମଦ। ରାଜସ୍ଥାନର ଭିୱାଡିର ହାସନ ଅନସାରୀ, ଉନକାମୁଲ ଅନସାରୀ, ଅଲତାଫ ଅନସାରୀ, ଅର୍ଶଦ ଖାନ, ଉମର ଫାରୁକ୍ ଓ ଶାହବାଜ ଅନସାରୀ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଝାଡ଼ଖଣ୍ଡର ହଜାରୀବାଗ ଓ ରାଞ୍ଚିର ବାସିନ୍ଦା। ଏହି ମଡ୍ୟୁଲ ସହ ଜଡିତ ସମସ୍ତ ଆତଙ୍କବାଦୀ ସୋସିଆଲ ମିଡିଆ ଆପ୍ ଟେଲିଗ୍ରାମ ମାଧ୍ୟମରେ ପରସ୍ପର ସହ ଯୋଡ଼ି ହୋଇଥିଲେ। ସେମାନେ ଅନେକ ଗୋଷ୍ଠୀ ମଧ୍ୟ ଗଠନ କରିଥିଲେ, ଯେଉଁଥିରୁ କିଛି ପାକିସ୍ତାନ ଏବଂ ଆଫଗାନିସ୍ତାନ ଏବଂ ଅନ୍ୟ ଆରବ ଦେଶରୁ ଆସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking