24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବିମାନ କ୍ରାଶ୍‌ରେ ଅଲ୍ ଅସଦ୍ ମୃତ!

ବିମାନ କ୍ରାଶ୍‌ରେ ଅଲ୍ ଅସଦ୍ ମୃତ!

ନୂଆଦିଲ୍ଲୀ: ବିଦ୍ରୋହୀଙ୍କ ଆକ୍ରମଣ ଏବଂ ସିରିଆ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଭୟଭୀତ ହୋଇ ଏକ ବିମାନ ଯୋଗେ ଦେଶ ଛାଡି ଅନ୍ୟତ୍ର ପଳାୟନ କରୁଥିବା ରାଷ୍ଟ୍ରପତି ଅଲ୍ ଅସଦ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ବିଦ୍ରୋହୀ ଗୋଷ୍ଠୀ ତାଙ୍କ ବିମାନକୁ ମଧ୍ୟ ଗୁଳିମାଡ଼ କରି ଖସାଇଦେଇଥିବା ଆଶଙ୍କା କରାଯାଉଛି। ରିପୋର୍ଟ ଅନୁସାରେ ସିରିଆ ବାୟୁସେନାର ଏକ ବିମାନରେ ଅସଦ୍ ଅନ୍ୟତ୍ର ଚାଲିଯିବା ପାଇଁ ବାହାରିଥିଲେ। କିନ୍ତୁ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ (ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ) ରାଡାରରୁ ଆକସ୍ମିକ ଭାବେ ଅଦୃଶ୍ୟ ହୋଇଯାଇଥିଲା। ଏହାର କିଛି ସମୟ ପରେ ଆକାଶ ପୃଷ୍ଠରୁ ବିମାନଟି ତଳକୁ ଖସିପଡିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହି ବିମାନରେ କେବଳ ଅସଦ୍ ଥିଲେ କିମ୍ବା ତାଙ୍କର ପୁରା ପରିବାର ସଦସ୍ୟ ଏହି ବିମାନରେ ରହିଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ରୁଷ୍ ସରକାରଙ୍କ ପକ୍ଷରୁ ମଧ୍ୟ ସିରିଆ ରାଷ୍ଟ୍ରପତି ଅଲ୍ ଅସଦ୍ ଦେଶ ଛାଡିଥିବା ସମ୍ପର୍କରେ ସ୍ପଷ୍ଟ କରାଯାଇଥିଲେ ମଧ୍ୟ ତାଙ୍କ ବିମାନ ଦୁର୍ଘଟଣା ସମ୍ପର୍କରେ କିଛି ବି ସୂଚନା ଦେଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking