22.1 C
Bhubaneswar
Wednesday, January 21, 2026
Homeଦେଶ ବିଦେଶଜଗନମୋହନଙ୍କୁ ସମର୍ଥନ ଦେଲେ ଅଖିଳେଶ

ଜଗନମୋହନଙ୍କୁ ସମର୍ଥନ ଦେଲେ ଅଖିଳେଶ

ନୂଆଦିଲ୍ଲୀ : ବଜେଟ ଏବଂ କୃଷକ ପ୍ରସଙ୍ଗକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ସଂସଦରେ ଘେରିବାରେ ଲାଗିଛନ୍ତି। ଆଉ ଏହାରି ମଧ୍ୟରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସରକାର ଉପରେ ଆକ୍ରମଣ କରୁଛନ୍ତି । ଏହି ସମୟରେ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବୁଧବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ହସି ହସି କଥା ହେଉଥିବାର ଦେଖିବାକୁ ମିଳିଛି। ଉଭୟଙ୍କ ଭିଡିଓ ଅନେକ ଜାତୀୟ ଗଣମାଧ୍ୟମ ଗୁଡିକରେ ଦେଖିବାକୁ ମଧ୍ୟ ମିଳିଛି । ଖବର ଅନୁଯାୟୀ, ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ନାଇଡୁ ସରକାରଙ୍କ ବିରୋଧରେ ଏକ ଦିନିଆ ଧାରଣାରେ ବସିଛନ୍ତି। ଏହାକୁ ଅଖିଳେଶ ଯାଦବ ସମର୍ଥନ କରିବା ସହ ଧାରଣାସ୍ଥଳ ଜନ୍ତରମନ୍ତରରେ ଆସି ପହଞ୍ଚିଛନ୍ତି। ଜଗନ ମୋହନ ରେଡ୍ଡୀ ଅଭିଯୋଗ କରିଛନ୍ତି, ଆନ୍ଧ୍ରପ୍ରଦେଶରେ ନୂଆ ସରକାର ଗଠନ ହେବାର ୪୫ ଦିନ ମଧ୍ୟରେ ୩୦ ଜଣଙ୍କୁ ହତ୍ୟା କରାଯିବା ସହ ଅନେକ ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ସେ ଆହୁରି ଅଭିଯୋଗ କରିଛନ୍ତି ତେଲୁଗୁ ଦେଶମ ପାର୍ଟି କ୍ଷମତାକୁ ଆସିବା ମାତ୍ରେ ସମଗ୍ର ରାଜ୍ୟର ଅବସ୍ଥା ଖରାପ ହୋଇଯାଇଛି। ଆମେ ସରକାର ଥିବାବେଳେ ବେସରକାରୀ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ଆମେ କେବେ ଉତ୍ସାହିତ କରିନାହୁଁ। କିମ୍ବା ଏପରି ହତ୍ୟା ଭଳି ଘଟଣାକୁ କେବେ ପ୍ରୋତ୍ସାହନ ଦେଇନାହିଁ, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି, ଆମେ କାହିଁକି ଏହା ଉପରେ ପ୍ରଶ୍ନ ଉଠାଇନାହୁଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking