ବ୍ୟୁରୋ: ବୁଧବାର ମହାରାଷ୍ଟ୍ରର ୨୮୮ ଆସନ ପାଇଁ ଚାଲିଛି ମତଦାନ । ଏଥର କଡ଼ା ଟକ୍କର ହେଉଥିବାବେଳେ ସରକାର କିଏ ଗଢ଼ିବ ତାକୁ ନେଇ ଲାଗି ରହିଛି ସସପେନ୍ସ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏଥରର ପାରିବାରିକ ଲଢ଼େଇ ଦେଖିବାକୁ ମିଳିଛି ନିର୍ବାଚନୀ ମଇଦାନରେ । ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପୁତୁରା ଯୋଗେନ୍ଦ୍ର ପାଓ୍ବାର । ବାରମତି ଆସନରୁ ଲଢ଼େଇ କରୁଥିବାବେଳେ ଏହି ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏନସିପି ଦୁଇ ଭାଗ ହେବା ପରେ ଦାଦା ଶରଦ ପାଓ୍ବାର ଏବଂ ଅଜିତଙ୍କ ମଧ୍ୟରେ ସବୁବେଳେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଗତ ଲୋକସଭା ଆସନରେ ଅଜିତ ପାଓ୍ବାରଙ୍କ ପତ୍ନୀ ଶରଦଙ୍କ ଝିଅଠାରୁ ପରାସ୍ତ ହୋଇଛନ୍ତି । ଏଣୁ ଏଥରକ ଅଜିତଙ୍କ ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଭୋଟ ଦେବାକୁ ଯିବା ପୂର୍ବରୁ ମାଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଫଟୋକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ଦାଦା, ପୁତୁରା ଏବଂ ପରିବାର ତାଙ୍କଠାରୁ ରାଜନୀତି ପାଇଁ ଦୂରେଇ ଯାଇଥିବାବେଳେ ମା ତାଙ୍କ ସାଥୀରେ ରହିଥିବା ଦର୍ଶାଇଛନ୍ତି । କୁହାଯାଉଛି କି, ଭୋଟ ଦେବା ପୂର୍ବରୁ ଇମୋସନାଲ କାର୍ଡ ଖେଳିଛନ୍ତି ଅଜିତ ପାଓ୍ବାର ।