29.1 C
Bhubaneswar
Wednesday, July 9, 2025
Homeଦେଶ ବିଦେଶପାକିସ୍ତାନକୁ ଅଜିତ ଡୋଭାଲଙ୍କ କଡା ଚେତାବନୀ

ପାକିସ୍ତାନକୁ ଅଜିତ ଡୋଭାଲଙ୍କ କଡା ଚେତାବନୀ

ନୂଆଦିଲ୍ଲୀ: ଏନଏସଏ ଅଜିତ ଡୋଭାଲଙ୍କ କଡା ଚେତାବନୀ ।  ପାକିସ୍ତାନକୁ ଚେତାବନୀ ଦେଲେ ଡୋଭାଲ । କହିଲେ କୌଣସି ଆକ୍ସନ ପାଇଁ ଦିଆଯିବ କଡା ଜବାବ । ପାକ୍‌ର ଧମକ ପରେ ଦେଲେ ଚେତାବନୀ । ପାକିସ୍ତାନର ଦୁଃସାହସ ପାଇଁ ମିଳିବ ମୁହଁତୋଡ ଜବାବ । ସୂଚନା ଥାଉକି, ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।   ରାଷ୍ଟ୍ରପତି  ଭବନରେ ପହଞ୍ଚି  ଅପରେସନ ସିନ୍ଦୁର ନେଇ  ଅବଗତ କରାଇଲେ  ା ଏୟାରଷ୍ଟ୍ରାଇକ ପ୍ରସଙ୍ଗ ଉପରେ ସୂଚନା ଦେଇଥିବା ଜଣାପଡିଛି । ଅନ୍ୟପଟେ ପୂର୍ୱରୁ  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ  ବୈଠକ ବସିଥିଲା  ା ସିସିଏସ ପରେ କ୍ୟାବିନେଟ ବୈଠକ ଜାରି  ରହିଥିଲା ।  ବୈଠକରେ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ  ଥିଲେ   ଏବଂ ତିନି ସେନାର ମୁଖ୍ୟ ମଧ୍ୟ ସାମିଲ ଥିଲେ  ା     ସମସ୍ତ  ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ କରାଯାଇଛି  ା ଏନେଇ ଅର୍ଧସାମରିକ ବାହିନୀର ମୁଖ୍ୟଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛୁଟିରେ ଥିବା ସମସ୍ତ ଯବାନଙ୍କୁ ତୁରନ୍ତ କାଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking