27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଚୀନ ମନ୍ତ୍ରୀଙ୍କ ସହ ଅଜିତ ଡୋଭାଲଙ୍କ ଆଲୋଚନା

ଚୀନ ମନ୍ତ୍ରୀଙ୍କ ସହ ଅଜିତ ଡୋଭାଲଙ୍କ ଆଲୋଚନା

ନୂଆଦିଲ୍ଲୀ: ଚୀନ୍-ଭାରତ ସ୍ବତନ୍ତ୍ର ପ୍ରତିନିଧିଙ୍କ ୨୩ତମ ବୈଠକ ଗତକାଲି ବେଜିଂରେ ଅନୁଷ୍ଠିତ ହୋଇଛି । ପାଞ୍ଚ ବର୍ଷ ପରେ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ବୈଠକ । କାଜାନ ବୈଠକରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତି ଆଧାରରେ ଚୀନର ସ୍ୱତନ୍ତ୍ର ପ୍ରତିନିଧି ସିପିସି କେନ୍ଦ୍ରୀୟ କମିଟିର ରାଜନୈତିକ ବ୍ୟୁରୋର ସଦସ୍ୟ ତଥା କେନ୍ଦ୍ରୀୟ ବୈଦେଶିକ ବ୍ୟାପାର କାର୍ଯ୍ୟାଳୟର ନିର୍ଦ୍ଦେଶକ ଏବଂ ଭାରତୀୟ ସ୍ୱତନ୍ତ୍ର ପ୍ରତିନିଧି ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍-ଭାରତ ସୀମା ପ୍ରସଙ୍ଗରେ ସକାରାତ୍ମକ ଏବଂ ଗଠନମୂଳକ ଆଲୋଚନା କରିଥିଲେ ଏବଂ ୬ଟି ସହମତିରେ ପହଞ୍ଚିଥିଲେ । ତେବେ ସେହି ୬ ଟି ପ୍ରସଙ୍ଗ ହେଉଛି – ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସୁସ୍ଥ ଏବଂ ସ୍ଥିର ବିକାଶକୁ ପ୍ରୋତ୍ସାହିତ କରିବା ।  ସୀମା ସ୍ଥିତିର ଆକଳନ କରିବା ସମୟରେ ଉଭୟ ପକ୍ଷ ସୀମାନ୍ତ ଅଞ୍ଚଳରେ ପରିଚାଳନା ନିୟମକୁ ଆହୁରି ସଂଶୋଧନ କରିବେ ଆତ୍ମବିଶ୍ୱାସ ସୃଷ୍ଟି ପଦକ୍ଷେପକୁ ସୁଦୃଢ଼ କରିବା ଓ ସୀମାରେ ସ୍ଥାୟୀ ଶାନ୍ତି, ସ୍ଥିରତା ହାସଲ କରିବାକୁ ରାଜି। ସୀମାପାର  ଆଦାନପ୍ରଦାନ ଏବଂ ସହଯୋଗକୁ ସୁଦୃଢ଼ କରିବା, ଭାରତୀୟ ତୀର୍ଥଯାତ୍ରୀଙ୍କ ଚୀନର ତିବତ ଗସ୍ତ ପୁଣି ଥରେ ଆରମ୍ଭ କରିବା ।  ସ୍ୱତନ୍ତ୍ର ପ୍ରତିନିଧି ବୈଠକର ନିର୍ମାଣକୁ ଆହୁରି ସୁଦୃଢ଼ କରିବା । କୂଟନୈତିକ ଏବଂ ସାମରିକ ଆଲୋଚନାରେ ସମନ୍ୱୟ ଓ ସହଯୋଗ ବୃଦ୍ଧି କରିବା।  ଆସନ୍ତା ବର୍ଷ ଭାରତରେ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କର ଏକ ନୂତନ ବୈଠକ ଆୟୋଜନ କରିବାକୁ ଉଭୟ ପକ୍ଷ ରାଜି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking