29.1 C
Bhubaneswar
Saturday, September 7, 2024
Homeଓଡିଶାନିତି ବାଣୀ

ନିତି ବାଣୀ

“ଦୁଃଖ ସମୟରେ ପ୍ରକୃତ ବନ୍ଧୁର ପରିଚୟ ମିଳେ । ସମସ୍ତେ ତ ସୁଖର ସାଥୀ । କିନ୍ତୁ ଯେତେବେଳେ ଖରାପ ସମୟ ଆସେ ସେତେବେଳେ ଯିଏ ପାଖରେ ପହଁଚେ, ଉପଯୁକ୍ତ ପରାମର୍ଶ ଦିଏ, ପାଖରେ ରହି ସେବାକରେ, ଆଶ୍ୱାସନା ଦିଏ ସେହି ଅସଲ ବନ୍ଧୁ । ତାକୁ ତ୍ୟାଗ କରିବା ଉଚିତ୍ ନୁହେଁ । ଅନ୍ୟ ସବୁ ମତଲବୀ ବନ୍ଧୁଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ !!”

ଧନଶାଳୀ ବ୍ୟକ୍ତିଙ୍କର ଅନେକ ବନ୍ଧୁ । ସର୍ବଦା ତାଙ୍କୁ ଘେରି ରହିଥାନ୍ତି ତାଙ୍କର ବହୁ ଅନୁଗତ, ଶୁଭେଚ୍ଛୁ ବନ୍ଧୁ । ସମସ୍ତେ କିନ୍ତୁ ନିଜ ନିଜ ଫାଇଦା ହାସଲ ପାଇଁ ଅଥବା କିଛି ଧନ ଆଶାରେ ନିଜକୁ ପରମ ବନ୍ଧୁ ବୋଲି ଘୋଷଣା କରି ଦେଖାଇ ହେଉଥାନ୍ତି । ପ୍ରକୃତରେ ଧନୀ ବନ୍ଧୁଙ୍କର ଧନ ଅପବ୍ୟୟ କରାଇ ମଉଜମସ୍ତିରେ ମସ୍ଗୁଲ୍ ହେବା ସେମାନଙ୍କର ପ୍ରଧାନ କାମ !!”

ଧୋକ୍କାବାଜ, ମିଥ୍ୟାବାଦୀ ବନ୍ଧୁଙ୍କୁ କେବେ ବିଶ୍ୱାସ କରିବା ଠିକ୍ ନୁହେଁ । ସାମାନ୍ୟ ମନାନ୍ତର ହେଲେ ଏମାନେ ସମସ୍ତ ପ୍ରକାର ଗୋପନୀୟତାକୁ ପଦାରେ ପକାଇ ଦିଅନ୍ତି । ଏଭଳି ବନ୍ଧୁଙ୍କ ପାଖରେ ଗୁପ୍ତ କଥା କହିବା ଅର୍ଥ ନିଜପ୍ରତି ବିପଦକୁ ଆହ୍ୱାନ କରି ଆଣିବା !!”

“ନିଜ ପରିବାର ମଧ୍ୟରେ ବି ବନ୍ଧୁତା କରାଯାଇପାରେ । ବୟସ୍କ ପୁତ୍ରକୁ ବନ୍ଧୁ ଭାବରେ ଗ୍ରହଣ କରିବା ଉଚିତ୍ । ନିଜର ସନ୍ତାନ ଠାରୁ ଭଲ ବନ୍ଧୁ ଆଉ କେହି ହୋଇନପାରେ !!”

ପ୍ରକୃତ ମିତ୍ର ତା ମିତ୍ରର ବୁନ୍ଦାଏ ଝାଳ ପାଇଁ ନିଜ ଦେହର ରକ୍ତ ବୁହାଇ ଦେଇପାରେ । ଦୁଷ୍ଟ ମିତ୍ର ଅପେକ୍ଷା ବରଂ କୁମ୍ଭୀର ଭଲ । କାରଣ ସେ ଦରକାର ବେଳେ ନକଲି ଲୁହ ବୁହାଇ ସମବେଦନା ଦେଖାଇପାରେ !! .
ଜୀବନରେ ଗୋଟିଏ ଅପ୍ରିୟ କଥା ମନେରଖିଥିବେ ଯୋଗ୍ୟତା ଠାରୁ କେହି କିଛି ବେଶି ପାଇଗଲେ ସେ ତାର ମର୍ଯ୍ୟାଦା ଦେଇ ପାରେ ନାହିଁ….

ଅଦ୍ୟ ଜୁଲାଇ ମାସ ୨୫ ତାରିଖ ୨୦୨୪ ମସିହା(ଗୁରୁବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ପଞ୍ଚମୀ ରାତ୍ରି ଘ ୦୧/୫୫ ଗତେ ଷଷ୍ଠୀ
ନକ୍ଷତ୍ର- ପୂର୍ବ ଭାଦ୍ର ଦିବା ଘ୦୫/୦୬ ଗତେ ଉତ୍ତର ଭାଦ୍ର
ଚନ୍ଦ୍ର- କୁମ୍ଭ ଦିବା ଘ୧୧/୩୭ ଗତେ ମୀନ
ଯୋଗ- ଶୋଭନ
କରଣ – କୌଳବ
ସୌରମାସ- କର୍କଟ ୧୦ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୨୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୪୪
*✧═════•❁❀
ଯୋଗିନୀ ଦକ୍ଷିଣେ ରାତ୍ରି ଘ ୦୧/୫୫ ଗତେ ପଶ୍ଚିମେ
ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଧନୁ ରାଶି ର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୩/୦୬ ଗତେ ଘ୦୬/୨୧ ମଧ୍ୟେ
ମୃତେ ଦ୍ଵିପାଦଦୋଷ ଦିବା ଘ୦୫/୦୬ ମଧେ ଏକପାଦପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ରାତ୍ରି ୦୧/୩୨ ଗତେ ଘ୦୩/୫୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ୦୭/୦୨ ମଧ୍ୟେ ଓ ୧୦/୧୩ଗତେ ଘ୧୨/୩୮ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ବେଲ ଭକ୍ଷଣ ନିଷେଧ
✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।*
✧═════•❁❀❁•═════✧
ବୃଷ
ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।*
✧═════•❁❀❁•═════✧
ମିଥୁନ
ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।*
✧═════•❁❀❁•═════✧
କର୍କଟ
ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।*
✧═════•❁❀❁•═════✧
ସି˚ହ
ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।*
✧═════•❁❀❁•═════✧
କନ୍ୟା
ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।*
✧═════•❁❀❁•═════✧
ତୁଳା
ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।*
✧═════•❁❀❁•═════✧
ବିଛା
ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।*
✧═════•❁❀❁•═════✧
ଧନୁ
ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।*
✧═════•❁❀❁•═════✧
ମକର
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।*
✧═════•❁❀❁•═════✧
କୁମ୍ଭ
ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।*
✧═════•❁❀❁•═════✧
ମୀନ
ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking