ସଂସାରରେ ରହୁଥିବା ମଣିଷ ଧନ ସମ୍ପତ୍ତିକୁ ଗଣୁଥାଏ,କାଲି କେତେ ଥିଲା,ଆଉ ଆଜି କେତେ ବଢ଼ିଛି।ଉପରେ ଥିବା ଈଶ୍ଵର ହସୁଥା’ନ୍ତି,ଆଉ ମଣିଷର ଆୟୁଷ ଗଣି ଥାଆନ୍ତି,କାଲି କେତେ ଦିନ ଥିଲା ଆଉ ଆଜି କେତେ ରହିଲା ତେଣୁ ସବୁବେଳେ ଲୋଭରୁ ଦୂରେଇ ରହି ଏ ସମାଜପାଇଁ କିଛି ଭଲ କାର୍ଯ୍ୟ କରନ୍ତୁ।
ପୃଥିବୀରେ ଏମିତି କେହି ବ୍ୟକ୍ତି ନାହିଁ ଯାହାର କିଛି ସମସ୍ୟା ନାହିଁ ଆଉ ପୃଥିବୀରେ ଏମିତି କିଛି ସମସ୍ୟା ନାହିଁ, ଯାହାର କିଛି ସମାଧାନ ନାହିଁ l ଲକ୍ଷ୍ୟ ଯେତେ ଉଚ୍ଚ ହୋଇ ଥାଉ ନା କାହିଁକି ରାସ୍ତା ସବୁବେଳେ ପାଦ ତଳେ ହିଁ ରହିଥାଏ l ସମସ୍ୟା ପାଇଁ ବିବ୍ରତ ନ ହୋଇ ସମାଧାନ ପାଇଁ ଉପଯୁକ୍ତ ରାସ୍ତା ପ୍ରସ୍ତୁତ କରନ୍ତୁlମନେରଖ ସମସ୍ୟା ଦଣ୍ଡ ନୁହେଁ କିନ୍ତୁ ତାହା ଏକ ସୁଯୋଗ। ସମସ୍ୟା ଆମ ପ୍ରକୃତ କ୍ଷମତାକୁ ଜାଗୃତ କରିଥାଏ,ଜୀବନର ପଥକୁ ଉତ୍ତୀର୍ଣ୍ଣ କରାଏ।
ଜୀବନର ଆରମ୍ଭ ଏବଂ ଶେଷ।ମଣିଷ ବିଶ୍ୱରେ ବିସ୍ତୃତ ଉନ୍ନତି କରିଛି,କିନ୍ତୁ ମନର ଭିତରେ ଶାନ୍ତି ଖୋଜି ପାରିନାହିଁ।ଏହାର କାରଣ ହେଉଛି ଆମେ ମାତ୍ର ଭୌତିକ ସୁଖ ସାଧନରେ ବ୍ୟସ୍ତ, ଜେଉଁଥିରେ ଶାନ୍ତି ନାହିଁ। ଆମର ଲୋଭ, କ୍ରୋଧ, ଅହଂକାର, ଇର୍ଷା ଏବଂ ଅନ୍ୟାନ୍ୟ ଦୁଷ୍ଟ ଭାବନା ମନକୁ ଅଶାନ୍ତ କରୁଛି।
“ଯଦି ଆପଣଙ୍କର ଗୋଟେ ମିଛ ରେ କାହା ଉପରୁ ବିପଦ ହଟି ଯାଉଛି ତେବେ ସେପରି ମିଛ କହିଲେ ପାପ ନୁହେ ବରଂ ପୁଣ୍ୟ ମିଳିଥାଏ !!”
ପୃଥିବୀରେ ସବୁଠାରୁ ବଡ଼ ଅଳିଆଗଦା ହେଉଛି ମଣିଷର ମନ ଯଦି ଏହା ପରିଷ୍କାର ରୁହନ୍ତା ତେବେ ପୁରା ଜୀବନଟା ସୁନ୍ଦର ହୋଇପାରନ୍ତା !!”
ଆମେ ଯାହାର ବି ବିରୋଧ କରିବା ଚଳିବ କ୍ଷମା କରାଯାଇ ପାରିବ. କିନ୍ତୁ ଗୁରୁଙ୍କ ବିରୁଦ୍ଧାଚରଣ କରିବା ଅର୍ଥ ନିଜର ବିନାଶକୁ ଡାକିବା ସହ ସମାନ କାହିଁକିନା ଗୁରୁଙ୍କୁ ନ ମଣିବ ନର ଗୁରୁ ଯେ ସାକ୍ଷାତ ଈଶ୍ବର !!”
“ଜୀବନରେ କାହା ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ନ୍ତୁ ନାହିଁ, କାହିଁକିନା ପ୍ରତ୍ୟେକ ମଣିଷ ସମୟ ସହ ତାଳ ଦେଇ ଦିନେ ବଦଳି ଯାଇଥାନ୍ତି !!”
ଅଦ୍ୟ ଅକ୍ଟୋବର ମାସ ୧୫ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- କୃଷ୍ଣ
ତିଥି- ନବମୀ ଦିବା ଘ୧୧/୦୭ ଗତେ ଦଶମୀ
ନକ୍ଷତ୍ର- ପୂଷ୍ୟା ଦିବା ଘ୦୧/୧୪ ଗତେ ଅଶ୍ଳେଷା
ଚନ୍ଦ୍ର- କର୍କଟ
ଯୋଗ- ସିଦ୍ଧି
କରଣ – ସାଧ୍ୟ
ସୌରମାସ- କନ୍ୟା ୨୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୪୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୧୫
*✧═════•❁❀
ଯୋଗିନୀ ପୂର୍ବେ ଦିବା ଘ୧୧/୦୭ ଗତେ ଉତ୍ତରେ
କର୍କଟ ରାଶିର ଘାତବାର
ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୦ ଗତେ ଘ ୧୦/୧୦ ମଧ୍ୟେ
ବାରବେଳା- ଦିବା ଘ୧୦/୩୬ ଗତେ ଘ ୦୧/୦୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୩ ମଧ୍ୟେ ଓ ଘ୦୭/୨୦ ଗତେ ଘ୦୮/୦୯ ମଧ୍ୟେ ରାତ୍ରି ଘ୦୬/୧୦ ଗତେ ଘ୦୮/୩୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୩୪ ଗତେ ଘ୦୭/୧୯ ମଧ୍ୟେ ଓ ଘ୦୧/୪୪ ଗତେ ଘ୦୪/୦୯ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ଲାଉ ଦିବା ଘ୧୧/୦୭ ଗତେ କଳମ ଶାଗ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।
═════•❁❀❁•═════
ବୃଷ
ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ।
✧═════•❁❀❁•═════
ମିଥୁନ
ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।
═════•❁❀❁•═════
କର୍କଟ
ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
✧═════•❁❀❁•═════
ସିଂହ
ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ
✧═════•❁❀❁•═════
କନ୍ୟା
ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।
✧═════•❁❀❁•═════
ତୁଳା
ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
✧═════•❁❀❁•═════
ବିଛା
ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
✧═════•❁❀❁•═════
ଧନୁ
ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।
✧═════•❁❀❁•═════
ମକର
ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।
✧═════•❁❀❁•═════
କୁମ୍ଭ
ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।
✧═════•❁❀❁•═════
ମୀନ
:ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।










