14.1 C
Bhubaneswar
Thursday, January 15, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ତୁମର ଲକ୍ଷ୍ୟ କ’ଣ?ବାସ୍ତବରେ ତୁମେ ଯାହା ଚାହୁଁଛ ସେ ବିଷୟରେ ଏକ ସ୍ପଷ୍ଟ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲକ୍ଷ୍ୟହୀନ ଜୀବନ ମଧ୍ୟ ଏକ ବଡ଼ ବିଶୃଙ୍ଖଳା ।
ଆଜିର ବିକୃତ ଦୁର୍ଦଶାର ପଙ୍କ ମଧ୍ୟରୁ ଧର୍ମକୁ ବାହାର କରି ତାହାକୁ ଆଦର୍ଶବାଦୀ ଉତ୍କୃଷ୍ଟତା ସହିତ ଯୋଡିବା ମାନବୀୟ ହିତ ସାଧନ ଦୃଷ୍ଟିରୁ ଅତ୍ୟନ୍ତ ଆବଶ୍ୟକ କାର୍ଯ୍ୟ ମାନିବା ଦରକାର । ଏହା ହିଁ ଧର୍ମର ମର୍ମ ।
-ପାପର ବିରୁଦ୍ଧାଚରଣ କରୁଥିବା ମନୁଷ୍ୟ ଦେବତ୍ୱ ପ୍ରାପ୍ତ କରେ l

ଦୁନିଆରେ ପ୍ରତି ସେକେଣ୍ଡରେ ଯଦି କିଛି ପରିବର୍ତ୍ତନ ଶୀଳ,ତାହା ହେଉଛି ମଣିଷର ମନ ।ତେଣୁ ସାବଧାନ !!
ସବୁବେଳେ ସବୁକିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନିଏ,ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ୍ ।ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା

ସବୁବେଳେ ମୁହଁ ସୂର୍ଯ୍ୟ କିରଣ ଆଡକୁ ରଖନ୍ତୁ,ଛାୟା ସବୁବେଳେ ଆପଣଙ୍କ ପଛରେ ରହିବ ତେବେ ଯାଇଁ ଆମେ ଜିତିବା ।

ପୃଥିବୀରେ ରହୁଥିବା ମଣିଷ ଧନ ସମ୍ପତ୍ତିକୁ ଗଣୁ ଥାଏ,କାଲି କେତେ ଥିଲା ଆଜି କେତେ ବଢିଛି ।ଆଉ ଉପରେ ବସିଥିବା ଈଶ୍ବର ହସୁ ଥାଆନ୍ତି,ଆଉ ମଣିଷର ଆୟୁଷ ଗଣି ଥାଆନ୍ତି,କାଲି କେତେ ଦିନ ଥିଲା ଆଉ ଆଜି କେତେ ରହିଲା –।ଲୋଭରୁ ଦୂରେଇ ରୁହନ୍ତୁ ,ସମାଜରେ ଭଲ କାମ କରନ୍ତୁ ।

ଅଯୋଗ୍ୟକୁ ଯୋଗ୍ୟ ବନେଇବା ସହଜ କିନ୍ତୁ ବିଶ୍ବାସ ଘାତିକୁ ପୁଣି ଥରେ ବିଶ୍ବସ୍ତ ବନେଇବା ବହୁତ କଷ୍ଟ !!

ଏ ଦୁନିଆରେ ଭଲ ଲୋକମାନେ ବେଶି କଷ୍ଟ ପାଆନ୍ତି କାରଣ ସେମାନେ କାହାକୁ ଠକି ପାରନ୍ତି ନାହିଁ ।

ଅଦ୍ୟ ଅକ୍ଟୋବର ମାସ ୧୨ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- କୃଷ୍ଣ
ତିଥି- ଷଷ୍ଠୀ ଦିବା ଘ୦୫/୫୬ ଗତେ ସପ୍ତମୀ
ନକ୍ଷତ୍ର- ମୃଗଶିରା ଦିବା ଘ୦୨/୪୪ ଗତେ ଆଦ୍ରା
ଚନ୍ଦ୍ର- ମିଥୁନ
ଯୋଗ- ବାରୀୟାନ୍
କରଣ – ବାଣିଜ୍ୟ
ସୌରମାସ- କନ୍ୟା ୨୬ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୪୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୨୨
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୨/୪୬ ଗତେ ବାୟବ୍ୟ
କନ୍ୟା ରାଶିର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ସପ୍ତମୀ ର ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୧୦/୦୭ ଗତେ ଘ ୦୧/୦୪ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୧ ଗତେ ଘ୦୮/୫୬ ମଧ୍ୟେ ଓ ଘ୦୧/୦୫ ଗତେ ଘ୦୩/୨୦ ମଧ୍ୟେ ରାତ୍ରି ଘ୦୭/୪୭ ଗତେ ଘ୦୯/୨୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୮ ଗତେ ଘ୦୪/୫୬ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ନିମ୍ବ ଦିବା ଘ୦୨/୪୬ ଗତେ ତାଳ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
✧═════•❁❀❁•═════
ବୃଷ
-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
✧═════•❁❀❁•═════
ମିଥୁନ
ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
✧═════•❁❀❁•═════
କର୍କଟ
ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
✧═════•❁❀❁•═════
ସିଂହ
-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
✧═════•❁❀❁•═════
କନ୍ୟା
ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
✧═════•❁❀❁•═════
ତୁଳା
-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
✧═════•❁❀❁•═════
ବିଛା
ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
✧═════•❁❀❁•═════
ଧନୁ
ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
✧═════•❁❀❁•═════
ମକର
-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
✧═════•❁❀❁•═════
କୁମ୍ଭ
-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।

✧═════•❁❀❁•═════
ମୀନ
-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking