24.1 C
Bhubaneswar
Thursday, January 15, 2026
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

“ଆପଣଙ୍କ କଥାକୁ ଉପଭୋଗ କରି ହସିବା ଲୋକ ଏଠି ଅନେକ ମିଳିଯିବେ , କିନ୍ତୁ ସେଇ ହସାଉଥିବା ଲୋକର ହସକୁ ହୃଦୟଙ୍ଗମ କରିବା ଲୋକ ଖୁବ କମ୍ ମିଳିବେ , ବୋଧେ ନିଜେ ହସିବା ଏବଂ ଅନ୍ୟକୁ ହସାଇବା ଭିତରେ ଏହା ହିଁ ଏକମାତ୍ର ଫରକ୍ !!”

“ସମ୍ପର୍କ ଯେତେ ଖରାପ ହୋଇ ଥାଉନା କାହିଁକି କେବେବି ଭାଙ୍ଗିବାକୁ ଦିଅନ୍ତୁ ନାହିଁ , କାହିଁକିନା ପାଣି ଯେତେ ଦୂଷିତ ହୋଇଥିଲେ ମଧ୍ୟ ଶୋଷ ସିନା ମେଣ୍ଟାଇ ପାରିବନି କିନ୍ତୁ ନିଆଁ ତ ଲିଭାଇପାରିବ !!”

“ଆଶା ହେଉଛି ଦୁଃଖର କାରଣ , ତେଣୁ କେବେ କାହାଠାରୁ କିଛି ଆଶା ନକରି ନିଜ ଦାୟିତ୍ରକୁ ସଠିକ୍ ଭାବରେ କରନ୍ତୁ ଦେଖିବେ ଆପଣ କେବେ ଦୁଃଖ ଅନୁଭବ କରିବେନାହିଁ !!”

“ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇବାର କଳା ଯିଏ ହାସଲ କରିଛି ସେ ଜୀବନଟାକୁ ଦୁଃଖମୟ ବୋଲି ଭାବିବ ନାହିଁ , କାହିଁକିନା ତ୍ୟାଗ ଭିତରେ ଯେଉଁ ପବିତ୍ର ଆନନ୍ଦ ରହିଛି , ତାହା କ’ଣ ଭୋଗ ଭିତରୁ ମିଳିପାରିବ !!

“ଆମେ କହୁଥିବା ” କଥା ” ଆମ ଜ୍ଞାନର ପରିଚୟ ଦିଏ , କରୁଥିବା ” କାର୍ଯ୍ୟ ” ଆମ ଯୋଗ୍ୟତାର ପରିଚୟ ଦିଏ , ଆଉ ଆମ ବ୍ୟବହାର ” ଆମ ବଂଶର ପରିଚୟ ଦେଇଥାଏ !!”

“ଆଶା” ପ୍ରଭୁଙ୍କ ଉପରେ ରଖନ୍ତୁ, ପ୍ରଭୁତାଧାରୀ ବ୍ୟକ୍ତିଙ୍କ ଉପରେ ନୁହେଁ ।

ଜୀବନରେ ସବୁ ଶିକ୍ଷା ମଣିଷ ବହିରୁ ପାଇପାରି ନଥାଏ, ଯଦି ବି ବହିରୁ କିଛି ଶିକ୍ଷା ପାଇଥାଏ ତାହାକୁ ସେ ସମୟର ସୁଅରେ ଭୁଲିଯାଏ କିନ୍ତୁ ଯେଉଁ ଶିକ୍ଷା ମଣିଷ ଖରାପ ସମୟରୁ ପାଇଥାଏ ତାହା ମଣିଷର ଅନ୍ତର ମାନସ ପଟଳରେ ଆଜୀବନ ଛାପି ହୋଇ ରହିଥାଏ ।
ସତ୍ ଜ୍ଞାନ ଆହୋରଣ କର ଚିନ୍ତା ତୁମକୁ ଖାଇବା ଆଗରୁ ତୁମେ ତାହାର ବିନାଶ କର ,ଲକ୍ଷ୍ୟ ପୂର୍ବରୁ ତୁମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟାକର ,ଯେପରି ସମୟ ତୁମକୁ ଅସଫଳତା ଦେବା ପୂର୍ବରୁ ତୁମେ ତାକୁ ଅତିକ୍ରମ କରିଯିବ।

ଜୀବନରେ ପରିବାର ଏବଂ ପରମାତ୍ମାଙ୍କ ଠାରୁ ଅଧିକ ଆଉ କାହାକୁ ବି ନିଜର ଭାବନ୍ତୁ ନାହିଁ, କାହିଁକି ନା… ଲୋକେ ଗଛ ଚଢ଼ା ତ ଶିଖେଇ ଦିଅନ୍ତି କିନ୍ତୁ ଓହ୍ଲାଇବା ଶିଖାନ୍ତି ନାହିଁ । ସେଥିପାଇଁ ଟିକିଏ ସମ୍ଭାଳି କି ରୁହନ୍ତୁ

ଅଦ୍ୟ ସେପ୍ଟେମ୍ବର ମାସ ୧୮ ତାରିଖ ୨୦୨୫ ମସିହା (ଗୁରୁବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ଦ୍ୱାଦଶୀ ରାତ୍ରି ଘ୧୧/୪୭ ଗତେ ତ୍ରୟୋଦଶୀ
ନକ୍ଷତ୍ର- ପୂଷ୍ୟା ଦିବା ଘ୦୭/୩୮ ଗତେ ଅଶ୍ଳେଷା
ଚନ୍ଦ୍ର- କର୍କଟ
ଯୋଗ- ଶିବ
କରଣ – କୌଳବ
ସୌରମାସ- କନ୍ୟା ୦୨ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୧୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୩୪
*✧═════•❁❀
ଯୋଗିନୀ ନୈରୁତେ ରାତ୍ରି ଘ୧୧/୪୭ ଗତେ ଦକ୍ଷିଣେ
ତୁଳା ଓ କୁମ୍ଭ ରାଶିର ଘାତବାର
ଦ୍ଵାଦଶୀ ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ ୦୨/୩୭ ଗତେ ଘ୦୫/୪୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୫/୩୭ ଗତେ ଘ୦୭/୦୮ ମଧ୍ୟେ ଓ ଘ ୦୧/୦୮ ଗତେ ଘ୦୨/୩୬ ମଧ୍ୟେ ଓ ରାତ୍ରି ଘ ୦୬/୩୨ ଗତେ ଘ୦୯/୫୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧══•❁❀❁•═*════✧
ଅଦ୍ୟ ପୋଇ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ ═════•❁❀❁•═════
ମେଷ
ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
✧═════•❁❀❁•═════
ବୃଷ
: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
✧═════•❁❀❁•═════
ମିଥୁନ
ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
✧═════•❁❀❁•═════
କର୍କଟ
ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
✧═════•❁❀❁•═════
ସି˚ହ
ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ। ✧═════•❁❀❁•═════
କନ୍ୟା
: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
✧═════•❁❀❁•═════
ତୁଳା
ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
✧═════•❁❀❁•═════
ବିଛା
ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
✧═════•❁❀❁•═════
ଧନୁ
ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
✧═════•❁❀❁•═════
ମକର
: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
✧═════•❁❀❁•═════
କୁମ୍ଭ
: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
✧═════•❁❀❁•═════
ମୀନ
ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking