15.1 C
Bhubaneswar
Saturday, December 6, 2025
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ବେଶି ଆଶା କେବେ କରିବନି ଜମା
କଷ୍ଟ ସିନା ଖାଲି ମିଳେ,
ଅଳ୍ପରେ ସନ୍ତୁଷ୍ଟ ହୋଇବା ଶିଖିଲେ
କିଛି ତ ଆନନ୍ଦ ମିଳେ। ନଗ୍ନ ଦୃଶ୍ୟ ଦେଖିବାକୁ ସମସ୍ତେ ଭଲ ପାଆନ୍ତି ଓ ମନେ ମନେ ଲାଳସା ମଧ୍ୟ କରନ୍ତି, କିନ୍ତୁ ଯିଏ ନଗ୍ନତା ପ୍ରଦର୍ଶନ କରେ ତାକୁ କିନ୍ତୁ ଘୃଣା କରନ୍ତି,,,।

ମଣିଷକୁ ସମୟ ନାହିଁ ଘର ଠାରୁ ମନ୍ଦିର ପର୍ଯ୍ୟନ୍ତ ଯିବାକୁ କିନ୍ତୁ ସ୍ବପ୍ନ ଦେଖେ ସ୍ମଶାନରୁ ସିଧା ସ୍ବର୍ଗକୁ ଯିବାର ।
ଅନେକ ଲୋକ ଯହିଁ ମିଳି
ଅବଶ୍ୟ ଉପୁଜଇ କଳି ।
ଜୀବନ ଏକ ବଡ଼ ପରୀକ୍ଷା। ଧୈର୍ଯ୍ୟ ହେଉଛି ତାର ପ୍ରଥମ ଅସ୍ତ୍ର। ଯେମିତି କେହି ସତ୍ୟ ପଥରେ ଚାଲିଥାନ୍ତି,ସେ କେବେ ହାରନ୍ତି ନାହିଁ। ଦାନ,କରୁଣା ଓ ସହନଶୀଳତା — ଏହିଗୁଡ଼ିକିଛି ଗୁଣ ମଣିଷକୁ ସତ୍ୟରେ ଅମର କରିଦିଏ।
ଦାନ କରିଲାପରେ ଯଦି କେହି ସେଥିରେ ଗର୍ବ କରି କହିବାକୁ ଲାଗନ୍ତି,ତେବେ ସେଇ ଦାନର ମୂଲ୍ୟ ନଷ୍ଟ ହୋଇଯାଏ।ଭୋଜନ ଦେଇଥାଇ,ଯଦି କେହି ସେଥିରେ ଗଣନା କରନ୍ତି,ସେଥିରେ ପାପର ଭାଗୀ ହୋଇଯାଆନ୍ତି।ଘର ତୋଳିଲା ପରେ ସମସ୍ତ ଖର୍ଚ୍ଚକୁ ହିସାବ କରି ରଖୁଥିବା ମଣିଷ,କେବେ ସୁଖ କୁ ପାଇପାରିବେ ନାହିଁ।ଯିଏ ଗଛ ପୋତି, କେବଳ ଫଳର ଆଶାରେ ରହିଥାଆନ୍ତି,ତାର ଜୀବନରେ ଦୁଃଖରେ କାନ୍ଦିବାକୁ ପଡ଼ିବ।
“ଶୀତ ସକାଳର କୁହୁଡ଼ି ବି ଆମକୁ ଏକ ଶିକ୍ଷା ଦେଇଥାଏ ଯେ, ରାସ୍ତା ଯେତେ ପର୍ଯ୍ୟନ୍ତ ଦେଖା ଯାଉଛି କିଛି ଚିନ୍ତା ନକରି ଚାଲନ୍ତୁ ସେଠାରେ ପହଞ୍ଚିବା ପରେ ଆଗାମୀ ରାସ୍ତା ଆପେ ଆପେ ଦେଖାଯିବ !!”

“ଜୀବନ ଏକ ବଡ଼ ପରୀକ୍ଷା। ଧୈର୍ଯ୍ୟ ହେଉଛି ତାର ପ୍ରଥମ ଅସ୍ତ୍ର। ଯେମିତି କେହି ସତ୍ୟ ପଥରେ ଚାଲିଥାନ୍ତି, ସେ କେବେ ହାରନ୍ତି ନାହିଁ ।ଦାନ,କରୁଣା ଓ ସହନଶୀଳତା — ଏହି ଗୁଣ ଗୁଡ଼ିକ ମଣିଷକ ଅମର କରିଦିଏ !!”
“ଦାନ କରିବା ପରେ ଯଦି କେହି ସେଥିରେ ଗର୍ବ କରି କହିବାକୁ ଲାଗନ୍ତି, ତେବେ ସେଇ ଦାନର ମୂଲ୍ୟ ନଷ୍ଟ ହୋଇଯାଏ। ଭୋଜି ଦେଇ, ଯଦି କେହି ମୁଣ୍ଡ ସଂଖ୍ୟା ଗଣନା କରନ୍ତି, ତେବେ ପାପର ଭାଗୀ ହୋଇଯାଆନ୍ତି।ଘର ନିର୍ମାଣ ପରେ ସମସ୍ତ ଖର୍ଚ୍ଚକୁ ହିସାବ କରି ରଖୁଥିବା ମଣିଷ, କେବେ ସୁଖକୁ ପାଇପାରିବ ନାହିଁ। ଯିଏ ଗଛ ପୋତି, କେବଳ ଫଳର ଆଶାରେ ରହିଥାଆନ୍ତି, ତା’ର ଜୀବନରେ ଦୁଃଖରେ କାନ୍ଦିବାକୁ ପଡ଼ିବ

ଅଦ୍ୟ ଅଗଷ୍ଟ ମାସ ୨୭ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଭାଦ୍ରବ ଶୁକ୍ଳ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ ଦିବା ଘ୦୩/୨୦ ଗତେ ପଞ୍ଚମୀ
ନକ୍ଷତ୍ର- ହସ୍ତା ପ୍ରାତଃ ଘ୦୬/୨୬ ଗତେ ଚିତ୍ରା
ଚନ୍ଦ୍ର- କନ୍ୟା ରାତ୍ରି ଘ୦୭/୪୪ ଗତେ ତୁଳା
ଯୋଗ- ଶୁଭ
କରଣ – ବିଷ୍ଟି
ସୌରମାସ- ସିଂହ ୧୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୧୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୩୮
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ୦୩/୨୦ ଗତେ ଦକ୍ଷିଣେ
ବୃଷ ରାଶିର ଘାତ ଚନ୍ଦ୍ର
କର୍କଟ ରାଶିର ଘାତବାର
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ✧═════•❁❀❁•═══*
*କାଳବେଳା -ଦିବା ଘ୦୮/୪୪ ଗତେ ଘ୧୦/୧୯ ମଧ୍ୟେ
ବାରବେଳା- ଦିବା ଘ୧୧/୫୧ ଗତେ ଘ୦୧/୨୬ ମଧ୍ୟେ*
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ରାତ୍ରି ଘ୦୬/୫୦ ଗତେ ଘ୦୯/୧୫ ମଧ୍ୟେ ଓ ଘ୦୨/୦୨ ଗତେ ଘ୦୫/୪୬ ମଧ୍ୟେ*
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୨୫ ଗତେ ଘ୦୬/୦୫ ମଧ୍ୟେ ଓ ଘ୦୯/୧୪ ଗତେ ଘ୧୦/୫୦ ମଧ୍ୟେ
═✧══•❁❀❁•═════✧
*ଅଦ୍ୟ ମୂଳା ଦିବା ଘ୦୩/୨୦ ଗତେ ବେଲ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
ମେଷ :
ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
✧═════•❁❀❁•═════
ବୃଷ :
ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
✧═════•❁❀❁•═════
ମିଥୁନ
ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
═════•❁❀❁•═════
କର୍କଟ :
ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
✧═════•❁❀❁•═════
ସିଂହ :
ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
✧═════•❁❀❁•═════
କନ୍ୟା :
ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
✧═════•❁❀❁•═════
ତୁଳା :
ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ । ।
✧═════•❁❀❁•═════
ବିଛା :
ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
✧═════•❁❀❁•═════
ଧନୁ :
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
✧═════•❁❀❁•═════
ମକର
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
✧═════•❁❀❁•═════
କୁମ୍ଭ :
ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
✧═════•❁❀❁•═════
ମୀନ :
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking