“ଆମେ ଜାଣି କି ହେଉ ବା ଅଜଣା ରେ ହେଉ ଯଦି କାହା ମନରେ ଦୁଃଖ ଦେଇଛୁ ତାହା ହେଲେ sorry କହି ଦେଲେ …. ଆମେ ଛୋଟ ହେଇ ଯିବାନି ବରଂ ତା ଆଖି ରେ ଆମର ବ୍ୟକ୍ତିତ୍ବ ଆହୁରି ବଢ଼ି ଯିବ !!”
“ପ୍ରକୃତ ସମ୍ପର୍କ ଗୋଟିଏ ସୁନ୍ଦର ପୁସ୍ତକ ଭଳି ହୋଇଥାଏ , ପୁସ୍ତକ ଯେତେବି ପୁରୁଣା ହେଉ ହେଲେ ତାର ଶବ୍ଦ ବଦଳି ନ ଥାଏ , ସେହିପରି ସମ୍ପର୍କ ମଧ୍ୟ ବଦଳି ନଥାଏ !!”
ମଣିଷ ଘର ବଦଳାଇ ଥାଏ ବସ୍ତ୍ର ବଦଳାଇ ଥାଏ ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ … !!
ସହୁଥିବା ଲୋକକେବେ ବି ବୋକା ହୋଇନଥାନ୍ତି … କାରଣ ତାଙ୍କ ଝିଭ ଉପରେ ସସ୍ମାରର ଲଗାମ ଲାଗିଥାଏ ନହେଲେ ଯିଏ ଶୁଣି ପାରେ ସିଏ ମଧ୍ୟ ଶୁଣାଇ ପାରେ …..!!”
“କିଏ କଣ କରୁଛି ? କେମିତି କରୁଛି ? କଣ ପାଇଁ କରୁଛି ? କାହିଁକି କରୁଛି ? ଏସବୁଠୁ ଆପଣ ଯେତେ ଦୂରରେ ରହିବେ , ସେତେ ଖୁସିରେ ରହିବେ !!”
ସବୁବେଳେ (୦)ଶୂନ ଭଳି ହେବାକୁ ଚେଷ୍ଟା କରନ୍ତୁ, କାରଣ (୦)ଶୂନ ର ମୂଲ୍ୟ ତ ନଥାଏ ହେଲେ ସେ ଯାହା ସହିତ ମିଶିଯାଏ ତାହାର ମୂଲ୍ୟ ବଢ଼ାଇ ଦେଇଥାଏ !!”
ଗଛକୁ ଭରଷା କଲେ ଫଳ ଖାଇବାକୁ ମିଳେ , ଗାଇକୁ ଭରଷା କଳେ କ୍ଷୀର ଖାଇବାକୁ ମିଳେ , ମଣିଷକୁ ଭରଷା କଳେ ଧୋକା ଖାଇବାକୁ ମିଳେ …. !!”
ବେଳେବେଳେ ନୀରବତା ହିଁ ସର୍ବୋତ୍ତମ ଉତ୍ତର ହୋଇଥାଏ….
କାରଣ
ସତ୍ୟକୁ ଶବ୍ଦ ର ଆବଶ୍ୟକ ନାହିଁ, ସମୟର ଆବଶ୍ୟକ ଥାଏ..
ଗୋଟିଏ ଭଲ ମଣିଷ ଯେତେବେଳେ ସମ୍ୱନ୍ଧ ରଖିବା ବନ୍ଧ କରିଦିଏ….
ତେବେ
ବୁଝି ନେବ ଯେ ତାର ସ୍ୱାଭିମାନକୁ କୋଉଠି ନା କୋଉଠି ଗଭୀର ଆଘାତ ଲାଗିଛି….
ଅଦ୍ୟ ଅଗଷ୍ଟ ମାସ ୦୮ ତାରିଖ ୨୦୨୫ ମସିହା (ଶୁକ୍ରବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-ସିଦ୍ଧାର୍ଥ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଦ୍ଦଶୀ ଦିବା ଘ୦୨/୨୬ ଗତେ ପୂର୍ଣ୍ଣମା
ନକ୍ଷତ୍ର- ଉତ୍ତରାଷାଢା ଦିବା ଘ୦୩/୨୨ ଗତେ ଶ୍ରାବଣା
ଚନ୍ଦ୍ର- ମକର
ଯୋଗ- ପ୍ରୀତି
କରଣ – ବାଣିଜ୍ୟ
ସୌରମାସ- କର୍କଟ ୨୪ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୧୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୫୨
*✧═════•❁❀
ଯୋଗିନୀ ପଶ୍ଚିମେ ଦିବା ଘ୦୨/୧୬ ଗତେ ବାୟବ୍ୟେ
ସିଂହ ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶିର ଘାତବାର
ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ଶ୍ରାଦ୍ଧ ଓ ପୁର୍ଣିମା ର ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୦୮/୪୪ ଗତେ ଘ୧୧/୫୭ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୫ ମଧ୍ୟେ ଓ ଘ୦୭/୫୨ ଗତେ ଘ୦୮/୪୪ ମଧ୍ୟେ ଓ ଘ୧୨/୪୦ ଗତେ ଘ୦୨/୧୭ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୧/୦୩ ଗତେ ଘ୧୧/୫୩ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ବିରି ଦିବା ଘ୦୨/୨୬ ଗତେ ଆମିଷ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
✧═════•❁❀❁•═════
ବୃଷ
: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════
ମିଥୁନ
ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
✧═════•❁❀❁•═════
କର୍କଟ
: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
✧═════•❁❀❁•═════
ସିଂହ
: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
✧═════•❁❀❁•═════
କନ୍ୟା
: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
✧═════•❁❀❁•═════
ତୁଳା
: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
✧═════•❁❀❁•═════
ବିଛା
: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
✧═════•❁❀❁•═════
ଧନୁ
: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
✧═════•❁❀❁•═════
ମକର
: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
✧═════•❁❀❁•═════
କୁମ୍ଭ
: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।
✧═════•❁❀❁•═════
ମୀନ
: ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।










